Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଘୁଞ୍ଚିଲା ରିଲିଜ୍ ତାରିଖ, ୧୩ରେ ପରଦାକୁ ଆସିବ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମ ୯ ତାରିଖରେ ରିଲିଜ୍ ହେବାର ଥିଲା । କିନ୍ତୁ ଏହା ଆସନ୍ତା ୧୩ ତାରିଖରେ ପରଦାକୁ ଆସିବ । ଏଥିସହ ଫିଲ୍ମର ଲାଭାଂଶର ୧୦ ଭାଗ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ।

BjdElectrycity

ଜେବି ଫିଲ୍ମସ୍ ଆଣ୍ଡ୍ ଟିଭି ଏବଂ ଅମରା ଷ୍ଟୁଡିଓ ଏଲ୍‌ଏଲ୍‌ପି ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ରଜ ଅବସରରେ ତଥା ଜୁନ୍ ୯ ତାରିଖରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ମୁକ୍ତିଲାଭ କରିବାକୁ ଯୋଜନା ରହିଥିଲା । ହେଲେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଏବଂ ଓଡ଼ିଆ ଏକତାର ଚିହ୍ନ ଭାବେ ଫିଲ୍ମ ପ୍ରିମିୟରକୁ ୧୩ତାରିଖକୁ ଘୁଞ୍ଚାଇଦିଆଯାଇଛି । ଏଥିସହ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଫିଲ୍ମ ନିର୍ମାତା ନବୀନ ଭଣ୍ଡାରୀ ଏବଂ ଜେ. ବର୍ଖା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି, ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକ ଓଡ଼ିଶା ମୁଖ୍ୟ ଦେବାଶିଷ ପଣ୍ଡା ଏବଂ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.