Latest Odisha News

BREAKING NEWS

ରାଜଧାନୀରେ ୫୦% କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ: ଉଲ୍ଲଂଘନ କଲେ ଦେବେ ଫାଇନ୍‌

ନୂଆଦିଲ୍ଲୀ: ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ। ଏହି କାରଣରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦% ଘରୁ କାମ ବାଧ୍ୟତାମୂଳକ କରିଛନ୍ତି ସରକାର। ସରକାର ଚେତାବନୀ ଦେଇଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ପାଳନ କଲେ ଭାରି ଜୋରିମାନା ଦେବାକୁ ପଡିବ । ଏହା ହସ୍ପିଟାଲ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ସେବର ପାଇଁ ପ୍ରଯୁଜ୍ୟ ହେବ ନାହିଁ ।

ଯଦି ନିୟମ ଉଲ୍ଲଂଘନ କରନ୍ତି ତେବେ ଫାଇନ୍‌ ଦେବାକୁ ପଡିବ। ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ନିର୍ମାଣ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ। ଦିଲ୍ଲୀ ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସେମାନେ କୌଣସି ଆର୍ଥିକ କ୍ଷତି ସହିବେ ନାହିଁ। ସମସ୍ତ ଯାଞ୍ଚ ହୋଇଥିବା ଶ୍ରମିକ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପେମେଣ୍ଟ ପାଇବେ।

ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି ଯେ ଦିଲ୍ଲୀରେ ଗ୍ରେପ୍ ୪ କାର୍ଯ୍ୟକାରୀ ହୋଇଛି। ଶ୍ରମ ବିଭାଗ କିଛି ନିଷ୍ପତ୍ତି ନେଇଛି। ଗ୍ରେପ୍ ୩ ଅଧୀନରେ ୧୬ ଦିନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଦିଲ୍ଲୀ ସରକାର ଦିଲ୍ଲୀରେ ପଞ୍ଜିକୃତ ଶ୍ରମିକଙ୍କ ଆକାଉଣ୍ଟରେ ସିଧାସଳଖ ୧୦,୦୦୦ ଟଙ୍କା ଜମା କରିବେ। ସେ ଆହୁରି କହିଛନ୍ତି ଯେ CAQM ଏବଂ ପରିବେଶ ବିଭାଗ କିଛି ନିୟମ ଜାରି କରିଛନ୍ତି। ଆସନ୍ତାକାଲିଠାରୁ, ଉପସ୍ଥିତି ୫୦% ପର୍ଯ୍ୟନ୍ତ ସୀମିତ ରହିବ। ଦିଲ୍ଲୀର ସମସ୍ତ ପ୍ରତିଷ୍ଠାନକୁ ଘରୁ ୫୦% କାର୍ଯ୍ୟ କରିବାକୁ ପଡିବ। ଏହା ଆସନ୍ତାକାଲିଠାରୁ ଲାଗୁ ହେବ। ଏହି ନିୟମ ହସ୍ପିଟାଲ, ଅଗ୍ନିଶମ ବିଭାଗ, ଜେଲ ଏବଂ ସାର୍ବଜନୀନ ପରିବହନ ଭଳି ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ପ୍ରଯୁଜ୍ୟ ହେବ ନାହିଁ।

Leave A Reply

Your email address will not be published.