Latest Odisha News

BREAKING NEWS

୪ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ପ୍ରଦୂଷଣ

ନୂଆଦିଲ୍ଲୀ: ଗତ ଚାରି ବର୍ଷ ମଧ୍ୟରେ ଦିଲ୍ଲୀରେ ଚଳିତ ବର୍ଷର ନଭେମ୍ବର ସର୍ବାଧିକ ପ୍ରଦୂଷିତ ହୋଇଛି। ନଭେମ୍ବରରେ ଏପର୍ଯ୍ୟନ୍ତ PM 2.5 ହାରାହାରି ଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ।

୨୦୧୮ ବର୍ଷ ତୁଳନାରେ, ଚଳିତ ବର୍ଷ ନଭେମ୍ବରରେ ପ୍ରଦୂଷଣ ସ୍ତର ୨୦ ପ୍ରତିଶତ ଅଧିକ ଥିଲା। ଦିୱାଲି ପରଠାରୁ ଦିଲ୍ଲୀର ଲୋକମାନେ ପ୍ରଦୂଷିତ ବାୟୁର ନିଶ୍ୱାସପ୍ରଶ୍ବାସ ନେଉଛନ୍ତି।

ଏହି ଅବଧି ମଧ୍ୟରେ, କେବଳ ଗୋଟିଏ ଦିନ  ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୦୦ ତଳେ ରହିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ବର୍ଗରେ କିମ୍ବା ଗୁରୁତର ବର୍ଗରେ ରହିଥିଲା।

Comments are closed.