Latest Odisha News

BREAKING NEWS

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସୁପାରୀ କିଲର ଗିରଫ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି ।ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ତାକୁ ସୁପାରୀ ଦିଆଯାଇଥିଲା ।

ଜଣେ ସହଯୋଗୀ ସହ ସେ ନୟାପଲ୍ଲୀ ଅଞ୍ଚଳରେ ରହିଥିଲା । ତାକୁ କାବୁ କରିବା ବେଳେ ପୋଲିସକୁ ଦେଖାଇଥିଲା ବନ୍ଧୁକ । ତା ନାଁରେ ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ଭୁବନେଶ୍ୱରରେ କାହାକୁ ହତ୍ୟା କରିବାକୁ ହୋଇଥିଲା ଡିଲ୍ ? କିଏ ଦେଇଥିଲା ସୁପାରୀ ? ଅଧିକ ଖୋଳତାଡ କରୁଛି କମିଶନରେଟ ପୋଲିସ ।

Leave A Reply

Your email address will not be published.