ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟରେ ସେ ଆତ୍ମସମର୍ପଣ କରିବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଦେଇଥିଲେ ।
ମଙ୍ଗଳବାରଦିନ ଦିଲ୍ଲୀର ଏକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି ଗୁରୁବାର ଦିନ କରିବାର ଥିଲା । ଅଙ୍କିତଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଥିଲେ । ଗତ ୨୭ ତାରିଖରେ ଦିଲ୍ଲୀର ଦୟାଲ ପୁଲିସ ଷ୍ଟେସନରେ ପୁଲିସ ଏଫଆଇଆର ରୁଜ୍ଜୁ କରିଥିଲା ହୁସେନଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୨ (ହତ୍ୟା ),୩୬୫ (ବଳପୂର୍ବକ ଅପହରଣ) ମାମଲା ରୁଜୁ ହୋଇଥିଲା । ଏଫଆଇଆର ରୁଜ୍ଜୁ ହେବା ପରେ ଆପରୁ ମଧ୍ୟ ତାକୁ ନିଳମ୍ବିତ କରାଯାଇଥିଲା ।
Comments are closed.