ନୂଆଦିଲ୍ଲୀ: ଫେବୃୟାରୀ ଦିଲ୍ଲୀ ଦଙ୍ଗାରେ ଭୂମିକା ନିର୍ବାହ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି । ୧୧ ଘଣ୍ଟା ପଚରାଉଚରା ପରେ ଖାଲିଦଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅନୁଯାୟୀ ବୁକ୍ କରାଯାଇଥିଲା। ତାଙ୍କୁ ସୋମବାର କୋର୍ଟରେ ହାଜର କରାଯିବ।
ଏହି ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଖାଲିଦଙ୍କୁ ସେପ୍ଟେମ୍ବର ୨ରେ କିଛି ଘଣ୍ଟା ପଚରାଉଚରା କରିଥିଲା। ତାଙ୍କୁ ପୂର୍ବରୁ ଏକ ଭିନ୍ନ ମାମଲାରେ ୟୁଏପିଏ ଅଧୀନରେ ବୁକ୍ କରାଯାଇଥିଲା | ପୋଲିସ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।
ଦିଲ୍ଲୀ ପୋଲିସ ଚାର୍ଜସିଟରେ ଉଲ୍ଲେଖ କରିଛି ଯେ, ଆପ କାଉନସିଲର ତାହିର ହୁସେନ, ‘ୟୁନାଇଟେଡ଼ ଏଗନେଷ୍ଟ ହେଟ’ କାର୍ଯ୍ୟକ୍ରମରେ ଉମର ଓ ଖାଲିଦ ସୈଫିଙ୍କ ସହ ଶାହୀନବାଗ ରେ ଦେଖାହୋଇଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଭାରତଗସ୍ତ ବେଳେ କିଛି ବଡ଼ କରିବାର ଉଦେଶ୍ୟ ଥିବା ସେ ହୁସେନଙ୍କୁ କହିଥିବା ନେଇ ଅଭିଯୋଗ ରହିଛି ।
Comments are closed.