Latest Odisha News

BREAKING NEWS

ଜେଲ୍‌ରୁ ମୁକୁଳି ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

ଭୁବନେଶ୍ୱର:ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା ଶୋଭାଯାତ୍ରାରେ ବାହାରିନାହାଁନ୍ତି । ବରଂ ଜେଲରୁ ମୁକୁଳିବା ପରେ ବାହାରିଛି ଏଭଳି ରାଲି ।

ବହୁଚର୍ଚ୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିଛି । ଗତ ଗୁରୁବାର ସେମାନେ ଝାରପଡା ଜେଲରୁ ମୁକୁଳିଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନେ ଜେଲରୁ ମୁକୁଳିବା ପରେ ଶହ ଶହ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରକୁ ଫେରିଥିଲେ । ଦୀର୍ଘ ୪ କିଲୋମିଟର ଯାଏ ଯାଇଥିଲା ଏହି ରାଲି । ୪ ଅଭିଯୁକ୍ତ ଖୋଲା ଜିପରେ ବସି ନେତାଙ୍କ ଭଳି ହାତ ହଲାଇବା ସହ ସମର୍ଥକଙ୍କୁ କୁଣ୍ଢାଇଥିଲେ । ଏବଂ ରାଲିରେ ବୁଲିଥିଲେ । ଏବେ ଏହି ରାଲିକୁ ନେଇ ଚର୍ଚା ଜୋର ଧରିଛି । .. ଏହାରି ଭିତରେ ମୃତ ଅମରେଶଙ୍କ ମାଆ କହିଛନ୍ତି, ଅଭିଯୁକ୍ତ ମାନେ ଜେଲରୁ ମୁକୁଳିବା ପରେ ତାଙ୍କ ଡର ବଢିଯାଇଛି । ଏପରିକି ସେମାନଙ୍କୁ ଅଜଣା ନମ୍ବରରୁ ଧମକ ମିଳୁଛି ଏବଂ ସେମାନେ ଭୟରେ ଘର ଛାଡି ଗାଁକୁ ପଳେଇଯାଇଛନ୍ତି ।

Leave A Reply

Your email address will not be published.