Latest Odisha News

BREAKING NEWS

ବିହାର ନିର୍ବାଚନ: ବିଜେପିର ଷ୍ଟାର କ୍ୟାମ୍ପେନର ହେବେକି କଙ୍ଗନା!

ପାଟନା: ବିହାରର ବିଧାନସଭା ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇ ଉଠିଛି । ଏଭଳି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିହାର ନିର୍ବାଚନରେ ଷ୍ଟାର କ୍ୟାମ୍ପେନର କରିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର କିଛି ଏଭଳି ଉତ୍ତର ରଖିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ପ୍ରଭାରୀ ଦେବେନ୍ଦ୍ର ଫର୍ଡନାଭିସ୍ ।

ଦେବେନ୍ଦ୍ର ଫର୍ଡନାଭିସ୍ କହିଛନ୍ତି ଯେ ବିଜେପିକୁ କୌଣସି ଷ୍ଟାର ପ୍ରଚାରକ ଦରକାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ଷ୍ଟାର କ୍ୟାମ୍ପେନର ।

ମିଡିଆ ରିପୋର୍ଟ ମୁତାବକ ଫର୍ଡନାଭିସ୍ ସୋମବାର ଦିନ କଟିହାର ଠାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଥିଲେ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା କୌଣସି ରାଜନୈତିକ ମୁଦ୍ଦା ନୁହେଁ । ହେଲେ ତାଙ୍କୁ ନ୍ୟାୟ ମିଳୁ ବୋଲି ସାରା ଦେଶ ଚାହୁଁଛି ।

ଅଧିକ ପଢନ୍ତୁ- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ୬ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା ଏନସିବି

Leave A Reply

Your email address will not be published.