ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିଲା ବେଳେ ବଡ଼ ଘୋଷଣା କରିଛି ସାଧାରଣ ପ୍ରଶାସନ ।ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସିଲ୍ ହେଲା ଦିଲ୍ଲୀ ସଚିବାଳୟ। ଫାଇଲ/ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଦିଲ୍ଲୀ ସରକାରର ସାଧାରଣ ପ୍ରଶାସନ ତରଫରୁ ଏକ ନୋଟିସ ଜାରି କକରାଯାଇଛି । ନୋଟିସରେ ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ନିଷ୍ପତି ନିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ଶାଖା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେବାକୁ ସବୁ ବିଭାଗକୁ ଚିଠି ଲେଖାଯାଇଛି।
Comments are closed.