Latest Odisha News

BREAKING NEWS

ଜନତା କର୍ଫ୍ୟୁ ସମର୍ଥନରେ ଶାହିନବାଗରୁ ହଟିଲେ ମହିଳା; ଧାରଣାସ୍ଥଳରେ ରଖିଲେ ଜୋତା, ଚପଲ

ନୂଆଦିଲ୍ଲୀ: ଜନତା କର୍ଫ୍ୟୁର ସମର୍ଥନରେ ଦିଲ୍ଲୀର ଶାହିନବାଗ ଅଂଚଳରେ ପାଖାପାଖି ୧୦୦ଦିନ ହେବ ସିଏଏ, ଏନଆରସି, ଏନପିଆରକୁ ନେଇ ଚାଲିଥିବା ଆନ୍ଦୋଳନକୁ ମହିଳାମାନେ ସ୍ଥଗିତ ରଖିଛନ୍ତି । ଜନତା କର୍ଫ୍ୟୁ ସମୟରେ ଶାହିନବାଗ ଆନ୍ଦୋଳନକାରୀ ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଆନ୍ଦୋଳନକାରୀ ମହିଳାମାନେ ସେମାନଙ୍କ ଉପସ୍ଥିତିକୁ ଦର୍ଶାଇବା ପାଇଁ ଧାରଣାସ୍ଥଳରେ ଜୋତା, ଚପଲ ରଖିଛନ୍ତି ।

ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ବିରୋଧରେ ଭାରତ ଲଢୁଛି । ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର ଜନତା କର୍ଫ୍ୟୁ ଲାଗୁ କରିଛନ୍ତି । ମାର୍ଚ୍ଚ ୨୨ ଅର୍ଥାତ୍ ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜନତା କର୍ଫ୍ୟୁର ପାଳନ କରାଯାଉଛି ।

Leave A Reply

Your email address will not be published.