Latest Odisha News

BREAKING NEWS

ସମଗ୍ର ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ଲକ୍‌-ଡାଉନ୍ ଘୋଷଣା

ଚଣ୍ଡିଗଡ: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ଆଜିଠାରୁ ମାର୍ଚ୍ଚ ୩୧ଯାଏଁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା କ୍ଷେତ୍ରକୁ ଛାଡି ଅନ୍ୟ ସବୁ ଉପରେ ଏହି ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌-ଡାଉନ୍ ବ୍ୟବସ୍ଥା ଲାଗୁ ହେବ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତିି ।


ସୂଚନାଯୋଗ୍ୟ ଯେ ପଞ୍ଜାବରେ ଶନିବାର ଦିନ ୧୧ ଜଣ କୋଭିଡ୍‌୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟ ସରକାର ଜଲନ୍ଧର, ହୋସିଆରପୁର, କପୁରତାଲା ସମେତ ଅନେକ ଜିଲ୍ଲାରେ ଲକ୍‌-ଡାଉନ୍ ଘୋଷଣା କରିଥିଲେ ।

Leave A Reply

Your email address will not be published.