Latest Odisha News

BREAKING NEWS

କାଲିଠୁ ପୁରୁଣା ଗାଡ଼ିକୁ ପେଟ୍ରୋଲ ପମ୍ପ ମନା, ଗାଡ଼ି ନେଲେ ବି ମିଳିବନି ତେଲ

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ବଦଳିବ ପେଟ୍ରୋଲ ଭରିବା ନିୟମ । ଏହି ଗାଡିକୁ ପେଟ୍ରୋଲ ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ତେଲ ଦେବେନି ପେଟ୍ରୋଲ ପମ୍ପ । ଯଦି ଆପଣଙ୍କର ଗାଡ଼ି ପୁରୁଣା ହୋଇଯାଇଛି, ତେବେ ଏପ୍ରିଲ ପହିଲାରୁ ଆପଣଙ୍କୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଆପଣଙ୍କୁ ଖାଲି ଟାଙ୍କି ସହ ପେଟ୍ରୋଲ ପମ୍ପରୁ ଫେରିବାକୁ ହେବ। ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ଏଭଳି ଏକ ବିଷୟ ଚର୍ଚ୍ଚାର ବିଷୟ ପାଲଟିଛି । ଏଣିକି ପୁରୁଣା ଗାଡି ନେଇ ପେଟ୍ରୋଲ ପମ୍ପକୁ ଗଲେ ମିଳିବନି ତେଲ ।

ମାର୍ଚ୍ଚ ୩୧ ତାରିଖରୁ ଦିଲ୍ଲୀରେ ପେଟ୍ରୋଲ ପମ୍ପରେ ତେଲ ଭରିବା ଉପରେ ଲାଗିବ କଟକଣା । କେବଳ ପେଟ୍ରୋଲ ପମ୍ପ ନୁହେଁ ସିଏନଜି ଷ୍ଟେସନରେ ବି କଟକଣା ଲାଗିବ । ୧୫ ବର୍ଷରୁ ଅଧିକ ଗାଡିଙ୍କୁ ମାର୍ଚ୍ଚ ୩୧ ତାରିଖ ପରଠାରୁ ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନରୁ ତେଲ କି ଗ୍ୟାସ୍ ମିଳିବନି । ପରିବହନ ବିଭାଗର ଡାଟାବେସରୁ ସେଗୁଡ଼ିକୁ ହଟାଇ ଦିଆଯାଇ ସେ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହା ପରେ ବି ଯଦି ଗାଡ଼ି ଚାଳକ ନିୟମ ନମାନନ୍ତି ତେବେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ, ରାଜଧାନୀର ୮୦-% ରୁ ଅଧିକ ପେଟ୍ରୋଲ ପମ୍ପରେ ଏପରି ଉପକରଣ ସ୍ଥାପନ କରାଯାଇଛି, ଯାହା ପଞ୍ଜିକରଣରୁ ମୁକ୍ତ ଯାନଗୁଡ଼ିକୁ ଚିହ୍ନଟ କରିବ। ଏପରି ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ANPR) କ୍ୟାମେରା ଲଗାଯାଇଛି। ଏହି ଉପକରଣଗୁଡ଼ିକ ସାହାଯ୍ୟରେ, ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ। ଯଦି ଏପରି ଯାନ ସର୍ବସାଧାରଣ ସ୍ଥାନରେ ମିଳେ, ତେବେ ତାହାକୁ ଜବତ କରିବାକୁ ନିର୍ଦ୍ଦେଶ ରହିଛି। ଯେତେବେଳେ ଗାଡ଼ି ମାଲିକ ଏହାକୁ ଏକ ବ୍ୟକ୍ତିଗତ ସ୍ଥାନରେ ପାର୍କିଂ କରିବାକୁ କିମ୍ବା ଅନ୍ୟ ରାଜ୍ୟରେ ପଞ୍ଜିକରଣ କରିବାକୁ ରାଜି ହୁଅନ୍ତି, ସେତେବେଳେ ସେଗୁଡ଼ିକୁ ରିଲିଜ କରାଯିବ।

Comments are closed.