Latest Odisha News

BREAKING NEWS

ଦିଲ୍ଲୀରେ ଅନଲକ୍ ୫.୦: ଆଜିଠୁ କଣ ଖୋଲିବ, କଣ ରହିବ ବନ୍ଦ ?

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା କମୁଛି । ପଜିଟିଭିଟି ରେଟ୍ ଅଧିକ ହ୍ରାସ ପାଉଛି । ଜୁଲାଇରେ ଅଧିକ କଟକଣା କୋହଳ କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଖୋଲିଛି ଜିମ୍ ଓ ଯୋଗ ସେଣ୍ଟର । ତେବେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବା ପାଇଁ ଅନୁମତି ରହିଛି । ଦୁଇ ମାସ ବନ୍ଦ ରହିବା ପରେ ଜୁଲାଇ ଅନଲକରେ ଏସବୁ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି ।

ଏଣିକି ମଣ୍ଡପ, ବଙ୍କେଟ୍ ହଲ୍ କିମ୍ବା ହୋଟେଲରେ ବିବାହ କରିପାରିବେ । କିନ୍ତୁ ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ଆୟୋଜିତ ହେବ ବିବାହ ଉତ୍ସବ । କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ବିଭିନ୍ନ କ୍ଷେତ୍ରରେ କୋହଳ ହେଉଛି କଟକଣା ।

କରୋନା ସେକେଣ୍ଡ ଓ୍ୱେଭରେ ଏପ୍ରିଲ ୧୯ ତାରିଖରୁ ମେ ୩୦ ଯାଏ ଲକଡାଉନରେ ରହିଥିଲା ଦିଲ୍ଲୀ । ମେ ୩୧ ତାରିଖରୁ ଆରମ୍ଭ ହୋଇଥିଲା ଅନଲକ୍ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ଅନଲକରେ ନିର୍ମାଣ କାମ ଓ କେବଳ ଶିଳ୍ପାଞ୍ଚଳରେ ଥିବା କାରଖାନା ଖୋଲିବାକୁ ଅନୁମତି ମିଳିଥିଲା ।

ଜୁନ ୭ରୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକରେ ମାର୍କେଟ, ମଲ୍ ଓ ଦିଲ୍ଲୀ ମେଟ୍ରୋ ସେବାକୁ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦେଇଥିଲେ ସରକାର । ଜୁନ୍ ୧୪ରୁ ମାର୍କେଟ ଓ ମଲ୍ ଖୋଲିବା ନେଇ ଜାରି ୫୦ ପ୍ରତିଶତ କ୍ଷମତା ଗାଇଡଲାଇନ ଉଠାଇ ଦେଇଥିଲେ । ପରେ ପରେ ପାର୍କ, ପବ୍ଲିକ ଗାର୍ଡେନ୍ ଓ ବାର୍ ଖୋଲିବାକୁ ମିଳିଥିଲା ଅନୁମତି ।

Leave A Reply

Your email address will not be published.