Latest Odisha News

BREAKING NEWS

ଭୀମ ପୃଷ୍ଟି ପାଇବେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ୨୦୨୧ ମସିହା ପାଇଁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପାଇବେ ବୋଲି କାଦମ୍ବିନୀ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି  । ମାସିକ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଓଡ଼ିଆ କଥା ସାହିତ୍ୟର ବହୁ ଜନପ୍ରିୟ ଲେଖକ ତଥା ଓଡ଼ିଆ ଉପନ୍ୟାସର ଚଳନ୍ତି ପ୍ରତିମା ଡ. ବିଭୂତି ପଟ୍ଟନାୟକଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଶ୍ରୀ ପୃଷ୍ଟି ସମ୍ପ୍ରତି ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ଲେଖକ । ପ୍ରଥମ ବହି, ହେ ମଣିଷ ମାନେ , ଅଧେ ମଣିଷ, ଗପର ହାତଗୋଡ଼, ଲଛମନିଆ, ମାନନୀୟ ଶ୍ରୀଯୁକ୍ତ , ଶ୍ରେଷ୍ଠ ଗଳ୍ପ , ମୁହାଣ , କବିତାର ଉପନ୍ୟାସ, ପ୍ରିୟନାରୀ , ସମୁଦ୍ର ମଣିଷ , ଓଁ , ପେଟ ଓ ପେଟତଳ ,୪ଉପନ୍ୟାସ, କୁଆଡ଼େ ଚାଲିଛ ରୁହ ପଞ୍ଚଭୂତ ଏବଂ ଜମ୍ବୁଲୋକ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ପୂର୍ବରୁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , କାଦମ୍ବିନୀ ଗଳ୍ପ ସମ୍ମାନ, ଅନ୍ୱେଷା ସାହିତ୍ୟ ସମ୍ମାନ ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନ ରେ ପୁରସ୍କୃତ ଓ ସମ୍ମାନିତ ।

‘ପ୍ରଥମ ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପାଇବା ପାଇଁ ଶ୍ରୀ ପୃଷ୍ଟି ମନୋନୀତ ହେବାର ସୂଚନା ମିଳିବା ପରେ ତାଙ୍କ ପାଖକୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି ।

 

Leave A Reply

Your email address will not be published.