Latest Odisha News

BREAKING NEWS

ଦିଲ୍ଲୀରେ କାଲିଠୁ ଆରମ୍ଭ ହେବ ଅନଲକ୍-୬

ନୂଆଦିଲ୍ଲୀ : ଧିରେ ଧିରେ ମହାମାରୀ କରୋନା ସ୍ଥିତିରେ ଆସୁଛି ସୁଧାର । କରୋନା ସଂକ୍ରମଣ କମୁଥିବା ବେଳେ ପର୍ଯ୍ୟାୟ କ୍ରମେ ଖୋଲୁଛି ରାଜଧାନୀ । ଏଥିପାଇଁ ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୬ । ପୂର୍ବରୁ ଅନେକ କଟକଣା କୋହଳ କରାଯାଇଥିବା ବେଳେ, ଆସନ୍ତାକାଲିଠୁ ଆଉ କିଛି କଟକଣା ହଟାଇବାକୁ କେଜରିଓ୍ବାଲ ସରକାର ନିଷ୍ପତ୍ତି ନେଇଛନ୍ତି ।

ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲିଠୁ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ଖୋଲିବା ନେଇ ଏବେ ବି ଜାରି ରହିଛି କଟକଣା । ସେହିପରି ସ୍ପା ସେଣ୍ଟର, ଥିଏଟର, ପାର୍କ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । କୌଣସି ସାମାଜିକ, ଧାର୍ମିକ, ରାଜନୈତିକ ସଭାସମିତି ଆୟୋଜନ କରାଯାଇ ପାରିବନାହିଁ । ସେହିପରି ସୁଇମିଂ ପୁଲ୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଟକଣାକୁ କୋହଳ କରାଯାଇଥିବା ବେଳେ, କୋଭିଡ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ବଜୟା ରଖିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ସରକାର ।

Leave A Reply

Your email address will not be published.