Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ:ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି । ସେମାନଙ୍କ ସହ ଆସିଥିବା ସାଥୀ ଖେଳାଳିଙ୍କୁ ମଧ୍ୟ କ୍ୱାରେଂଟାଇନରେ ରଖାଯାଇଛି । ସର୍ବିୟାର ଏହି ନୌଚାଳକ ଟିମ ପ୍ରଶିକ୍ଷଣ ପାଇଁ ତୋୟାମା ଯାଇଥାନ୍ତେ । ସେମାନଙ୍କ ଯାତ୍ରା ବାତିଲ କରି ଦିଆଯାଇଛି ।

୭୫୦ ଇଭେଂଟରୁ ୩୦୦ ଇଂଭେଟରେ ଦର୍ଶକ ରହିବେ ନାହିଁ ବୋଲି ଆୟୋଜକ କମିଟି ସ୍ପଷ୍ଟ କରିଛି । ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼େ ତାହାହେଲେ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆନ୍ତର୍ଜାତୀୟ ଅଲିମ୍ପିକ କମିଟି କହିଛି ।

Leave A Reply

Your email address will not be published.