ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଫେବୃଆରୀ ୨୪ ହୋଇଥିବା ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ହେଉଥିବା ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡିଓଟି ଚାନ୍ଦବାଗ ଅଂଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ ଶର୍ମା ଓ ଗୋକୁଲପୁରୀ ଏସିପି ଅନୁଜ କୁମାର ଆହତ ହୋଇଥିଲେ ।
दिल्ली के चाँद बाग इलाक़े में हुई हिंसा का नया वीडियो सामने आया है. इसी जगह पथराव में हेड कॉन्स्टेबल रतन लाल की जान गई थी. इसे देखने के बाद पूछिए उनसे सवाल – जो बार बार लोगों को भड़काते हैं, सड़क पर उतरो, क्या इसलिए?pic.twitter.com/t3V72t7tcQ
— रोहित सरदाना (@sardanarohit) March 4, 2020
ସିଏଏ ବିରୋଧରେ ଲୋକମାନେ ଚାନ୍ଦବାଗ ରାସ୍ତାଜାମ କରିଥିଲେ । ତେବେ ରାସ୍ତା କ୍ଲିୟର କରିବାକୁ ଯାଇଥିବା ପୋଲିସ କର୍ମୀଙ୍କ ଉପରୁ ଅଚାନକ ଲେକେ ପଥର ମାଡ କରିବା ସହ ଆକ୍ରମଣ କରିଥିଲେ । ତେବେ ଭିଡକୁ କାବୁ କରିବା ପାଇଁ ପୋଲିସ ଅକ୍ଷମ ହୋଇଥିଲା ।
ଏହି ଭିଡିଓରେ ମହିଳାମାନେ ବାଡି ଫୋପାଡୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପୋଲିସ କର୍ମଚାରୀ ଏକ ଗ୍ରୀଲ ଭିତରେ ଫସି ରହିଥିବା ବେଳେ ବିକ୍ଷୋଭକାରୀ ତାଙ୍କ ଉପରକୁ ପଥରମାଡ କରୁଥିବା ଦେଖିବାକୁ ମିଳିଛି ।
Comments are closed.