Latest Odisha News

ଦିଲ୍ଲୀରେ ଏହି ୪ ଦିନ ଲାଗି ବିକ୍ରୀ ହେବନି ମଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାରି ଦିନ ପାଇଁ ମଦ ଦୋକାନ ବନ୍ଦ ରହିବ। ଏହି ଚାରି ଦିନକୁ ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି।

ଏହି ସମୟ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବରେ ମଦ ମିଳିବ ନାହିଁ। ଦିଲ୍ଲୀ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଦନୁସାରେ ଆପଣଙ୍କ ପାଖରେ ଯେକୌଣସି ଲାଇସେନ୍ସ ଥିଲେ ମଧ୍ଯ ଏହି ୪ ଦିନ ମଦ ବିକ୍ରୟ କରିବାକୁ ଅନୁମତି ନାହିଁ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ଚାରି ଦିନ ପାଇଁ ମଦ ବିକ୍ରୟ ବନ୍ଦ ରହିବ। ଦିଲ୍ଲୀ ଅବକାରୀ କମିଶନରଙ୍କ ଦ୍ୱାରା ଏ ସମ୍ପର୍କରେ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ତେବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଫେବୃଆରୀ ୩ ତାରିଖ ସନ୍ଧ୍ୟା ୬ଟାରୁ ଫେବୃଆରୀ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ରାଏ ଡେ ଘୋଷଣା କରାଯାଇଛି। ଏହା ପରେ ପୁଣି ଫେବୃଆରୀ ୮ ତାରିଖରେ ଭୋଟ ଗଣତି ଦିନ ମଧ୍ଯ ଡ୍ରାଏ ଡେ’ ରହିବ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୫ରେ ହେବାକୁ ଯାଉଛି। ସମସ୍ତ ୭୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଫଳାଫଳ ଫେବୃଆରୀ ୮ରେ ଘୋଷଣା କରାଯିବ।

Comments are closed.