ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ଏଷ୍ଟିମେଟ୍ ହୋଇ ନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଖେଳା ଯାଇଥିଲା । ତେଣୁ ନୂଆ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ। ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତ । ଗୋଟିଏ ଆଦର୍ଶ ବିଦ୍ୟାଳୟ ଲାଗି ୪ରୁ ୫ କୋଟି ଖର୍ଚ୍ଚ ହେବ। ପ୍ରତି ଉଚ୍ଚ ବିଦ୍ୟାଳୟକୁ ସୁଦୃଢ଼ କରାଯିବ। ସ୍ମାର୍ଟ ବିଦ୍ୟାଳୟ ପାଇଁ ପ୍ରାଥମିକ ବିଦ୍ୟାଳୟ ଫିଡର ସ୍କୁଲ୍ ରହିବ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ। ୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ।
କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ଅନୁମୋଦନ। ଫେବ୍ରୁଆରି ୫ରେ ଓଡିଶା ଆସିବେ ଷୋଡଶ ଅର୍ଥ କମିଶନ୍ । ୧୨ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତାବ ରହିବ। ରାଜ୍ୟରେ ପ୍ରଥମ କରି ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍। ସେହିପରି ଶିତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡି ଦିଆଯିବ । ସବସିଡି ଯୋଗାଇଦେବେ ରାଜ୍ୟ ସରକାର । ଶିତଳ ଭଣ୍ଡାର ପାଇଁ ୬କୋଟି ୫୦ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି ।
ବିକଶିତ ଗାଁ, ବିକଶିତ ଓଡିଶାକୁ ମଞ୍ଜୁରୀ। ଗ୍ରାମର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବିକଶିତ ଗାଁ ବିକଶିତ ଓଡିଶାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯାଇଛି। ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେହିପରି ନିଯୁକ୍ତି ପାଇବେ ୫ହଜାର ଡାକ୍ତର । କ୍ୟାବିନେଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ହେଲା ସଂଶୋଧନ । ୫ହଜାର ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ। ଅଧିକ ମେଡିକାଲ୍ କଲେଜ କରି ଅଧିକ ଡାକ୍ତର ସୃଷ୍ଟି ହେବ। ୧୨୪ ଡେଣ୍ଟାଲ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି।
ସେହିପରି ରାଜ୍ୟ କ୍ୟାବିନେଟ୍ ଶିଳ୍ପ ନିତୀ ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବ । ଏବଂ ପ୍ରତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ ।
Comments are closed.