ଘର ଭିତରୁ ଲୁଟପାଟ , ଟଙ୍କା ସହ ସୁନା ଗହଣା ଚୋରି

ରାୟଗଡା: ସହରରେ ବଡଧରଣର ଚୋରି  ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ପ୍ରାୟ ୧୦୦ ଗ୍ରାମ ଓଜନର ସୂନା ଅଳଙ୍କାର ଚୋରି କରି ନେଇଛନ୍ତି। ଗତ ରବିବାର ଦିନ ଗୃହ ମାଲିକ ସପରିବାର ଆନ୍ଧ୍ରପ୍ରଦେଶ ଯାଇଥିଲେ । ଆଜି ସମସ୍ତେ ଫେରିବା ବେଳେ ଘରର ମୁଖ୍ୟ କବାଟ ଭାଙ୍ଗି ଚୋର ମାନେ ଲୁଟ କରିଥିବା ନଜରକୁ ଆସିଥିଲା । ତୁରନ୍ତ ଗଣେଶ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ସନ୍ଧାନି କୁକୁର ସହ ମିଶି ତନାଘନା କରିଛି।