Latest Odisha News

BREAKING NEWS

ଟିକାକୃତ ଲୋକଙ୍କଠାରୁ ଅନ୍ୟକୁ ସଂକ୍ରମିତ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଡେଲ୍‌ଟା ପ୍ରଜାତି ଟିକାକୃତ ଲୋକଙ୍କଠାରୁ ସହଜରେ ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାପିପାରେ। ବ୍ରିଟିଶ ଅଧ୍ୟୟନରୁ ଜଣାପଡିଛି। କିନ୍ତୁ ଟିକାକୃତ ହୋଇଥିଲେ ସଂକ୍ରମଣ ବ୍ୟାପିବାର ଆଶଙକା କମ୍‌ ଥାଏ ବୋଲି ଏଥିରେ କୁହାଯାଇଛି।

ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ କୋଭିଡ-୧୯ ଭଳି ମାରାତ୍ମକ ରୋଗକୁ ହ୍ରାସ କରିବାର ସର୍ବୋତ୍ତମ ଉପାୟ ଭାବରେ ଟିକାକରଣ ପାଇଁ ଯୁକ୍ତିକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାସହିତ ଏହାକୁ ରୋକିବା ପାଇଁ ବୁଷ୍ଟର ଡୋଜ୍‌ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।

ରିପୋର୍ଟ ଅନୁଯାୟୀ କୋଭିଡ-୧୯ ମାମଲାର ନମୁନା ସଂଗ୍ରହ କରି ଜଣାଯାଇଛି ଯେ ଟିକାକୃତ ବ୍ୟକ୍ତିମାନେ ଟିକାକୃତ ପରିବାର ସଦସ୍ୟଙ୍କ ସମେତ ପରିବାର ମଧ୍ୟରେ ସଂକ୍ରମଣ ବିସ୍ତାର କରିପାରିବେ।

Leave A Reply

Your email address will not be published.