Latest Odisha News

BREAKING NEWS

ସେଲ୍ ପରିଚାଳିତ ‘ରାଉରକେଲା ହସ୍ପିଟାଲ’ କେନ୍ଦ୍ରକୁ ହସ୍ତାନ୍ତର କରିବା ନେଇ ତେଜିଲା ଦାବି

ରାଉରକେଲା: ରାଉରକେଲାର ‘ଇସ୍ପାତ ଜେନେରାଲ୍ ହସ୍ପିଟାଲ’ ଏବେ ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ (ସେଲ୍‌) କର୍ତ୍ତୃପକ୍ଷଙ୍କ ଦ୍ୱାରା ଘରୋଇ ସହଭାଗିତା ରୂପେ ପରିଚାଳିତ ହେଉଛି । ରାଉରକେଲାର ଏହି ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲର ଉତ୍ତରୋତ୍ତର ଉନ୍ନତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଏହା ସମ୍ପୂର୍ଣ୍ଣ ରୂପେ ହସ୍ତାନ୍ତର କରିବାକୁ ଅନେକ ଦିନରୁ ଦୃଢ ଦାବି ହୋଇ ଆସୁଛି ।

ଇସ୍ପାତ ଜେନେରାଲ୍ ହସ୍ପିଟାଲର ସଂପ୍ରସାରଣ ଏବଂ ଏହାକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ୍ ଭାବେ ପ୍ରତିଷ୍ଠା କରିବା ନେଇ ପ୍ରାଥମିକ ପର୍ଯ୍ୟାୟ ଯୋଜନାର କାର୍ଯ୍ୟକାରିତା ଆରମ୍ଭ ସମୟରେ ହିଁ ଦାବି ଉପସ୍ଥାପନ ହୋଇଥିଲା । ଏପରିକି ଏଠାରେ ମେଡ଼ିକାଲ କଲେଜ ସମ୍ପୂର୍ଣ୍ଣ ହେବା ଅବସ୍ଥାରେ ପହଞ୍ଚିଛି ।

ଏସମ୍ପର୍କରେ ସିଆଇଟିୟୁ ଜାତୀୟ ଉପ-ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି ଯେ, ଏହି ହସ୍ପିଟାଲ ଏକ ଘରୋଇ ଏଜେନ୍ସି ଦ୍ୱାରା ପରିଚାଳିତ ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।

“କାରଣ ସେଲ୍ ଇସ୍ପାତ ପୋଷ୍ଟ-ଗ୍ରାଜୁଏଟ୍ ମେଡ଼ିକାଲ୍ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶିଆଲିଟି ହସ୍ପିଟାଲ (ଆଇପିଜିଏମଆଇ-ଏସଏସଏଚ)କୁ ଘରୋଇକରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆମେ ଦୃଢ ଦାବି କରୁଛୁ କି କେନ୍ଦ୍ର ସରକାର ତୁରନ୍ତ ଏହାକୁ ନିଜ ହାତକୁ ନେବା ସହିତ ଏହାକୁ ଏମ୍ସ, ଭୁବନେଶ୍ୱରର ଏହା ଏକ ଅଂଶ ଭାବେ କାର୍ଯ୍ୟ କରୁ । ଏହି ହସ୍ପିଟାଲଟି ଦ୍ୱାରା ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଆଖପାଖରେ ଥିବା ୮ଟି ଜିଲ୍ଲାର ରୋଗୀମାନେ ଉପକୃତ ହେବା ସହିତ ନିର୍ଭରଶୀଳ ହୋଇଥାଆନ୍ତି । କେନ୍ଦ୍ର ଏହି ହସ୍ପିଟାଲକୁ ହାତକୁ ନେଲେ ହଜାର ହଜାର ରୋଗୀ ପୂର୍ବାପେକ୍ଷା ଅଧିକ ଭାବେ ଉପକୃତ ହୋଇପାରନ୍ତେ,” ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହିପରି ମଧ୍ୟ ଆପ ସଦସ୍ୟ ସଞ୍ଜୟ ସିଂହ ମଧ୍ୟ କହିଛନ୍ତି ଯେ, ଏହାକୁ ସ୍ୱୟଂଶାସିତ କରାଗଲେ ଏହା ଏକ ଆଦର୍ଶ ହସ୍ପିଟାଲ ରୂପେ ପରିଗଣିତ ହୋଇପାରିବା ସହିତ ଡ଼ାକ୍ତରଖାନାର ଅନେକ ବିକାଶ ହୋଇପାରନ୍ତା । ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏମ୍ସ ଡ଼ାକ୍ତରଖାନା ଯେପରି ପୂର୍ବରୁ ଚଣ୍ଡିଗଡ଼, ପୁଡୁଚେରୀ ଏବଂ ଲକ୍ଷ୍ନୌରେ ସ୍ଥାପିତ ହୋଇଥିଲା ତାହାର ଉଦାହରଣ ଦେଇଛନ୍ତି ଶ୍ରୀ ସିଂହ ।

Leave A Reply

Your email address will not be published.