Latest Odisha News

BREAKING NEWS

ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଂଜାବ ସଙ୍ଗୁର ଅଚଂଳରେ ଅଘଟଣ । ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଜଳି ଯାଇଛନ୍ତି । ମୃତ ଛାତ୍ରଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ଅନ୍ୟ ୩ ଜଣ ସ୍କୁଲ ଛାତ୍ର ଓ ଭ୍ୟାନ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାମୁତାବ ଏକ ଘରୋଇ ସ୍କୁଲର ମାରୁତି ଭ୍ୟାନ୍ରେ ସ୍କୁଲ ଛୁଟି ହେବା ପରେ ଛାତ୍ରମାନେ ଘରକୁ ଯିବା ପାଇଁ ବସିଥିଲେ । ତେବେ କିଛି ବାଟ ଯିବା ପରେ ହଠାତ୍ ଭ୍ୟାନ୍ରେ ନିଆଁ ଲାଗିଯାଇଥିଲା । ଭକ୍ତ ଭ୍ୟାନରେ ଛାତ୍ରଛାତ୍ରୀ ଓ ସ୍କୁଲ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୨୦ ଜଣ ଥିଲେ । ନିଆଁ ଲାଗିବା କ୍ଷଣି ସେଥିରେ ବସିଥିବା ସ୍କୁଲ ଷ୍ଟାଫ୍ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ପିଲାଙ୍କୁ ଗାଡିରୁ ବାହାର କରାଯାଇଥିଲା । କିନ୍ତୁ ଉଦ୍ଧାର ପୂର୍ବରୁ ନିଆଁ ଏତେ ବଢ଼ି ଯାଇଥିଲା ଯେ, ଦେଖୁ ଦେଖୁ ୪ ଜଣ ଛାତ୍ର ଜୀବନ୍ତ ଜଳି ଯାଇଥିଲେ । ସେପଟେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍କୁଲର ସବୁ ରେକର୍ଡ ଯାଂଚ କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି । ତେବେ କେଉଁ କାରଣରୁ ଭ୍ୟାନରେ ନିଆଁ ଲାଗିଲା ତାହା ଜଣାପଡିନାହିଁ ।
ସେପଟେ ଏହି ଘଟଣାରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି । ଏଥିସହ ମୃତ ଶିଶୁଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.