Latest Odisha News

BREAKING NEWS

ଆମେରିକାରେ ବଢୁଛି କୋରାପୁଟ ହଳଦୀ ସାବୁନର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାରେ ବଢିଛି କୋରାପୁଟ ହଳଦୀର ଚାହିଦା। କୋରାପୁଟ ହଳଦୀରୁ ଏକ ସାବୁନ ପ୍ରସ୍ତୁତ ହେଉଛି। ଏହା ଆମେରିକାର ଗ୍ୱାତେମାଲା ରାଜ୍ୟରେ ଥିବା ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି। ତେଣୁ ଏହି ସାବୁନକୁ ଆମେରିକା ପଠାଇବାକୁ ନିଷ୍ପତ୍ତି ହୋଇଛି। ବିଦେଶରେ ହଳଦୀ ସାବୁନ ବିକ୍ରି ହେଲେ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ମିଳିବ। ଏଥିସହ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ମିଳିବ।

ଓରମାସର ରୋଶନ କୁମାର କାର୍ତ୍ତିକ କହିଛନ୍ତି, ଗ୍ୱାତେମାଲାରେ କୋରାପୁଟ ହଳଦୀ ସାବୁନର ଚାହିଦା ରହିଛି। ଏହେ ଏହି ସାବୁନକୁ ରପ୍ତାନୀ କରାଯିବ। ଏହାଦ୍ୱାରା ଜିଲ୍ଲାର ମହିଳାଙ୍କୁ ମୁଖ୍ୟତଃ ଗୋଟିଏ ଆର୍ଥିକ ସହାୟତା ମିଳିପାରିବ। ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା ମୂଳକ ଭାବେ କିଛି ସାବୁନ ପଠାଯାଇଥିଲା । ଏବେ ଏହି ସାବୁନ ସେଠାରେ ଆଦୃତ ହୋଇସାରିଛି। ତେଣୁ ଏହାକୁ ବ୍ୟବସାୟରେ ପରିଣତ କରି ବ୍ୟବସାୟକୁ ପ୍ରୋତ୍ସାହନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ସ୍ୱୟଂସହାୟକ ଗୋଷ୍ଠୀ ଏହି ସାବୁନ ପ୍ରସ୍ତୁତ କରିଥିଲେ ସେମାନେ ଏବେ ବହୁତ ଖୁସି ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପ୍ରତିବର୍ଷ ପ୍ରାୟ ୧ ହଜାର ମେଟ୍ରିକ ଟନ୍ ହଳଦୀ ଉତ୍ପାଦନ ହେଉଛି। ଏବେ ଏହି ହଳଦୀରୁ ସାବୁନ ତିଆରି କରାଯାଇ ବିଭିନ୍ନ ଜିଲ୍ଲାରେ ବିକ୍ରି କରାଯାଉଛି। ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଥିବା ସୂଚନା ରହିଛି। କରୋନା ବେଳେ ଲକ୍ଷ୍ମୀପୁର ବ୍ଲକର ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳାଙ୍କୁ ସାବୁନ ପ୍ରସ୍ତୁତ କରିବା ନେଇ ତାଲିମ ଦିଆଯାଇଥିଲା। ୨୦୨୧ରୁ ଏହି ସ୍ୱୟଂ ସେବକ ସଂଗଠନ ସାବୁନ ତିଆରି କରିବା ଆରମ୍ଭ କରିଥିଲେ।

Comments are closed.