Latest Odisha News

BREAKING NEWS

ଦ୍ଵିତୀୟ-ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ଆରଟିଇ ୨୫% ମାଗଣା ସିଟରେ ନାମଲେଖା ପାଇଁ ଦାବି

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବେସରକାରୀ ବା ପ୍ରାଇଭେଟ ସ୍କୁଲରେ ବ୍ୟବସ୍ଥା ରହିଛି। ଏହି ଅନୁସାରେ ରାଜ୍ୟରେ ‘ପାରଦର୍ଶି ପୋର୍ଟାଲ’ ମାଧ୍ୟମରେ ପ୍ରଥମ ଶ୍ରେଣୀ ଓ ପୂର୍ବ ପ୍ରାଥମିକ ଶ୍ରେଣୀରେ ନାମ ଲେଖା ଚାଲୁ ରହିଛି।  କିନ୍ତୁ ପ୍ରାଇଭେଟ ସ୍କୁଲଗୁଡିକରେ ଦ୍ଵିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନାରେ ମାଗଣା ସିଟ ଖାଲି ରହୁଛି । ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ ଏହି ଖାଲି ସିଟଗୁଡିକ ମଧ୍ୟ ଗରିବ ପିଲାମାନେ ପଢିବା ପାଇଁ ବହୁବାର ଦାବୀ କରି ଆସିଛି । ଆରଟିଇ ନିୟମାନୁଯାୟୀ ୨୫ % ସିଟରେ ପଢ଼ୁଥିବା ପିଲାଙ୍କୁ ମାଗଣା ବହି, ଜୋତା, ପୋଷାକ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପିଲାମାନେ ଠିକ ଭାବରେ ଏହି ସୁବିଧା ପାଇପାରୁନାହାନ୍ତି ।  ନୂତନ ଶିକ୍ଷାନୀତି ଅନୁଯାୟୀ ସରକାର ତୁରନ୍ତ ଦ୍ଵିତୀୟରୁ ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ସିଟ ପୂରଣ କରିବା ଆବଶ୍ୟକତା ରହିଛି ବୋଲି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ନିଷ୍ପତି ନିଆଯାଇଛି। ନୂତନ ଶିକ୍ଷା ନୀତି ଅନୁଯାଇ ୬ ବର୍ଷ ପରେ ପ୍ରାଥମିକ ଶିକ୍ଷା ଗ୍ରହଣ ସହିତ ବୟସ ଆଧାରରେ ଉପର ଶ୍ରେଣୀରେ ନାମ ଲେଖିପାରିବେ ।  ପ୍ରଥମେ ଶ୍ରେଣୀ ବ୍ୟତୀତ ଉପର ଶ୍ରେଣୀରେ ମଧ୍ୟ ବୟସ ଆଧାରରେ ନାମଲେଖି ପାଠ ପଢିବା ପାଇଁ ନିୟମ କୋହଳ କରାଯାଇଛି । ଏହାଦ୍ୱାରା ପିଲାର ଶିକ୍ଷା ପ୍ରତି ଆଗ୍ରହ, ସକ୍ଷରତା ହାର, ଡ୍ରପ ଆଉଟ ଭଳି ସମସ୍ୟା ସମାଧାନର ହୋଇପାରିବ। ନୂତନ ଶିକ୍ଷାନୀତି ଅନୁଯାୟୀ ସରକାର ତୁରନ୍ତ ଦ୍ଵିତୀୟରୁ ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ସିଟ ପୂରଣ କରିବା ଆବଶ୍ୟକତା ରହିଛି ବୋଲି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ- ଅଷ୍ଟମ ଶ୍ରେଣୀ ଭଳି ଏହି ବ୍ୟବସ୍ଥା ଦ୍ୱାଦଶ ପର୍ଯ୍ୟନ୍ତ ଲାଗୁ କରିବାକୁ ମହାସଙ୍ଗ ବହୁଦିନରୁ ଦାବୀ କରିଆସୁଛି।  ଅନ୍ୟ ରାଜ୍ୟ ଦିଲ୍ଲୀ, ରାଜସ୍ଥାନ ଓ ଛତିଶଗଡ ଭଳି ଓଡିଶା ସରକାର ଏହାକୁ ତୁରନ୍ତ ଲାଗୁ କରନ୍ତୁ ବୋଲି  କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ ଦାବି କହିଛନ୍ତି ।

Comments are closed.