Latest Odisha News

BREAKING NEWS

ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ ଦାବି

ଭୁବନେଶ୍ୱର: ନାମଲେଖାରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏନେଇ ଓଡିଶା ପଛୁଆବର୍ଗ କମିଶନଙ୍କୁ ଦାବିପତ୍ର ଦିଆଯାଇଛି। ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆବର୍ଗ ତଥା ଓବିସି ଓ ଏସଇବିସି ଲୋକ ରହିଛନ୍ତି। କେନ୍ଦ୍ରସରକାର ଏହି ବର୍ଗର ଛାତ୍ରଛାତ୍ରୀଙ୍ର ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଓଡିଶାରେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ।

ଏହି ବର୍ଗର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢିବାରୁ ବଞ୍ଚିତ ହେଉଥିବା ବେଳେ ୧୫ ହଜାରରୁ ଅଧିକ ପିଲା ଇଞ୍ଜିନିୟରିଂ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ତେଣୁ ତୁରନ୍ତ ଏହାକୁ ରାଜ୍ୟରେ ଲାଗୁ କରିବାକୁ ସମାଦବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଆଇ ରାଜ୍ୟ ସମ୍ପାଦକ, ସିପିଆଇଏମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏବଂ ଅନାନ୍ୟ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେହିପରି ଚାକିରି କ୍ଷେତ୍ରରେ ସଂରକ୍ଷଣ ୨୭ ପ୍ରତିଶତ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Comments are closed.