Latest Odisha News

BREAKING NEWS

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ଦାବି

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୋଲୁ ଶ୍ରୀମନ୍ଦିରର ଚାରିଦ୍ୱାର । ଆଜି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରାଯାଇଛି । ପୁରୀବାସୀଙ୍କ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଦେଖି ଚାରିଦ୍ୱାରରେ ଛାଡ଼ିବାକୁ ମଞ୍ଚ ଦାବି କରିଛି ।

ନଚେତ୍ ଆଗାମୀ ଦିନରେ ମଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି । ପୂର୍ବରୁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ପୁରୀବାସୀ ପ୍ରବେଶ କରି ପାରୁଥିଲେ । ହେଲେ କୋଭି୍ଡ ପରଠାରୁ ଏହାକୁ ବନ୍ଦ ରଖାଯାଇଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ମଞ୍ଚ ।

ତେବେ ରଥଯାତ୍ରା ପରେ ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଞ୍ଚକୁ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ଦର୍ଜି ସେବାୟତ ପ୍ରକାଶ ମହାପାତ୍ର ।

Comments are closed.