Latest Odisha News

BREAKING NEWS

ତବୁଙ୍କ ସହ କାମ କରିବାକୁ ମୁଁ ଉତ୍ସାହିତ ଥିଲି: ଏମିତି କିଛି କହିଲେ କରିନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କରୀନା କପୁର ଆଜିକାଲି ଫିଲ୍ମ ‘ଦ କ୍ରୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବ୍ୟତୀତ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନ୍ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସମୟରେ ତମିନିଜଣ ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ଦେଖିବାକୁ ମିଳୁଛି । ସମୟ ସମୟରେ, ଏହି ତିନିଜଣ ନିଜ ସୋସିଆଲ ମିଡିଆ ପୋଷ୍ଟରେ ପରସ୍ପର ସହ ଫଟୋ ସେୟାର କରୁଥିବା ନଜର ଆସୁଛନ୍ତିି । ଏବେ କରୀନା ଉଭୟ ଅଭିନେତ୍ରୀଙ୍କ ସହ କାମ କରିବାର ଅଭିଜ୍ଞତା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

କରିନା କହିଛନ୍ତି ଯେ, ମୋତେ ଯେତେବେଳେ ଏହି ଫିଲ୍ମ ପାଇଁ ଅଫର ମିଳିଲା ଓ ଏଥିରେ ତବୁ ଅଭିନୟ କରିବେ ଜାଣିବାକୁ ପାଇଲି, ସଙ୍ଗେ ସଙ୍ଗେ କାମ କରିବି ବୋଲି ହଁ ମାରିଦେଲି । କାରଣ ଏହା ମୋର ତବୁଙ୍କ ସହ ପ୍ରଥମ ଫିଲ୍ମ । ଏହି ଫିଲ୍ମ କେବେ ସୁଟିଂ ଆରମ୍ଭ ହେବ ସେନେଇ ବି ମୁଁ ବହୁତ ଉତ୍ସାହିତ ଥିଲି । ସେ ଜଣେ ବହୁତ ଭଲ ଅଭିନେତ୍ରୀ । ତାଙ୍କଠାରୁ ବହୁତ କିଛି ଶିଖିବାର ଅଛି । ସୁଟିଂ ସେଟ୍‌ରେ ତବୁ ଖୁବ୍ ମଜା କରିବା ସହ ମୋତେ ଗାଇଡ଼ କରନ୍ତି । ତବୁ ଏବଂ କ୍ରିତୀଙ୍କ ସହ କାମ କରିବାକୁ ବହୁତ ଖୁସି ଲାଗୁଛି ।

Leave A Reply

Your email address will not be published.