Latest Odisha News

BREAKING NEWS

ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ତେଜିଲା କୋହିନୂର ଫେରାଇ ଆଣିବା ଦାବି

ପୁରୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି କୋହିନୂର ହୀରାକୁ ନେଇ ଚର୍ଚ୍ଚା ହେଉଛି । ଜଣେ ହିନ୍ଦୁ ହିସାବରେ ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସକୁ ବିଚାରକୁ ନେଇ ଋଷି ସୁନକ କୋହିନୂର ହୀରା ଫେରାଇବା ଦେବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି । କୋହିନୂର ହୀରା ଫେରାଇ ଆଣିବା ଲାଗି ସେବାୟତ ଓ ଗବେଷକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି ।

କୋହିନୂର ହୀରା ଫେରାଇ ଆଣିବା ପାଇଁ ଲାଗି ୭ ବର୍ଷ ତଳେ ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନ କରିବା ସହ କୋହିନୂର ହୀରା ଫେରାଇ ଦେବା ପାଇଁ ବ୍ରିଟିଶ୍ ରାଣୀଙ୍କୁ ଚିଠି ଲେଖିଥିଲେ । ଦେହାନ୍ତ ପୂର୍ବରୁ ଗତବର୍ଷ ରାଣୀ ଜଗନ୍ନାଥ ସେନାକୁ ଚିଠିର ଉତ୍ତର ଦେବା ପରେ କୋହିନୂର ଫେରି ଆସିବା ଆଶା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ସଞ୍ଚାର ହୋଇଥିଲା ।

ବ୍ରିଟିଶ ଅଧିନ ଭାରତରେ ତତ୍କାଳୀନ ପଞ୍ଜାବର ମହାରାଜା ରଣଜିତ୍ ସିଂହ ତାଙ୍କ କୌଳିକପଣ୍ଡାଙ୍କ ମାଧ୍ୟମରେ ଏବେ ବ୍ରିଟିଶ ହାତରେ ଥିବା କୋହିନୂର ହୀରାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ । କିନ୍ତୁ କୋହିନୂର ହୀରାକୁ ତାଙ୍କ ଗଭର୍ଣ୍ଣର ଜେନେରାଲ ଇଂଲଣ୍ଡ ନେଇ ଯାଇଥିଲେ । ସେବେଠୁ ବ୍ରିଟିଶ୍ ହାତରେ ରହିଛି କୋହିନୂର ହୀରା ।

Leave A Reply

Your email address will not be published.