Latest Odisha News

BREAKING NEWS

କେଜ୍ରିୱାଲଙ୍କ ଗିରଫ ଘଟଣା, ମିଥ୍ୟା ଅଭିଯୋଗରେ ଫସାଇଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ ଜେଲ ପଠାଇଥିବା ପ୍ରମାଣିତ ହେଉଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି । ପି ସରଥ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହଁନ୍ତି। ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ଼ ଔଷଧ କମ୍ପାନୀର ମାଲିକ ଅଟନ୍ତି। ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି। ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କଲା। ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଚିହ୍ନି ନାହାଁନ୍ତି ଏବଂ କୌଣସି ଟଙ୍କା ଦେଇନାହାଁନ୍ତି ବୋଲି କହିଲେ।

ତେଣୁ ଇଡି ତାଙ୍କର ବେଲ‌‌୍‌ର ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା । ମାତ୍ର ବର୍ତ୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣାପଡିଛି ଯେ ପି ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି। ସେ ଜେଲରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା ।

ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥିରୁ ଜଣାପଡୁଛି ଚାପପକେଇ, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି । ତେଣୁ ଆମ୍ ଆଦ୍‌ମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି ।

 

Comments are closed.