Latest Odisha News

BREAKING NEWS

ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ, ଦୁଇ ଦୁଇଟି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ଦାବି

ବାଲିଗୁଡ଼ା: ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ । ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମ ଉତ୍ସବ ମୁଖର ହୋଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀରେ ଆଶ୍ରମରେ ସାଧୁ, ସନ୍ଥ ଏକାଠି ହୋଇଥିବା ବେଳେ କଳଶ ଯାତ୍ରା, ନାମ ସଂକୀର୍ତ୍ତନ ସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଚାଳିଶା ପାଠ ହୋଇଛି । ସନ୍ଧ୍ୟାରେ ଜଜ୍ଞ ଓ ଜନ୍ମାଷ୍ଟମୀ ପାଳନ କରାଯିବ । କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ପରେ ସରକାର ବସାଇଥିବା ଦୁଇ ଦୁଇଟି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରା ନଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧୁ ସନ୍ଥ ।

୨୦୦୮ ମସିହା ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଆତତାୟୀ ସ୍ୱାମୀଜୀଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିଲା ଦଙ୍ଗା । ସ୍ୱାମୀଜୀଙ୍କ ହତ୍ୟା ଘଟଣାକୁ ୧୪ ବର୍ଷ ପୂରି ଥିବାବେଳେ ଦଣ୍ଡ ପାଇନାହାଁନ୍ତି ହତ୍ୟାକାରୀ । ରାଜ୍ୟ ସରକାର କାହିଁକି ତଦନ୍ତ କମିଶନଙ୍କ ରିପୋର୍ଟକୁ ଚାପି ରଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।

ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ପୋଲିସ । ଜଲେଶପଟ୍ଟାରେ ଜଣେ ଡିଏସପି, ତିନିଜଣ କମାଣ୍ଡାଣ୍ଟ, ୯ ଜଣ ଅଫିସର୍, ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ଥ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.