ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ୟୁଜର୍ସଘଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେତେକ ଏହାକୁ ଉଭୟଙ୍କ ସମ୍ପର୍କ ଭଲ ନ ଥିବା ସହ ଯୋଡୁଥିବା ବେଳେ ଅନ୍ୟମାନେ କିଛି ପବ୍ଲିସିଟି ଷ୍ଟଂଟ ସହିତ ଯୋଡିଛନ୍ତି । ଧନଶ୍ରୀ ତାଙ୍କ ସୋସିଆଲ ମିଡିଆରେ ଚହଲ ଟାଇଟଲ ହଟାଇ ଦେଇଥିଲେ । ଏହାର କିଛି ସମୟ ପରେ ୟୁଜଭେନ୍ଦ୍ର ଲେଖିଥିଲେ ନ୍ୟୁ ଲାଇଫ ଲୋଡିଂ । ଅବଶ୍ୟ ଧନଶ୍ରୀ ତାଙ୍କ ଆକାଂଉଟସରୁ ୟୁଜଭେନ୍ଦ୍ରଙ୍କ ସହ ଥିବା ଫଟୋ ଉଠାଇ ନାହାନ୍ତି । ସୂଚନାଯୋଗ୍ୟ ଧନଶ୍ରୀ ଜଣେ ଭଲ କୋରିଓଗ୍ରାଫର । ତାଙ୍କଠାରୁ ଚହଲ ଡ୍ୟାନ୍ସ ଶିଖୁଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷରେ ୨୨ ଡିସେମ୍ବର ୨୦୨୦ରେ ଉଭୟ ବିବାହ କରିଥିଲେ । ଏହି ଯୋଡିଙ୍କ ଫଟୋ ଏବଂ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଥିଲେ ।
BREAKING NEWS
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

Comments are closed.