ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ୟୁଜର୍ସଘଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେତେକ ଏହାକୁ ଉଭୟଙ୍କ ସମ୍ପର୍କ ଭଲ ନ ଥିବା ସହ ଯୋଡୁଥିବା ବେଳେ ଅନ୍ୟମାନେ କିଛି ପବ୍ଲିସିଟି ଷ୍ଟଂଟ ସହିତ ଯୋଡିଛନ୍ତି । ଧନଶ୍ରୀ ତାଙ୍କ ସୋସିଆଲ ମିଡିଆରେ ଚହଲ ଟାଇଟଲ ହଟାଇ ଦେଇଥିଲେ । ଏହାର କିଛି ସମୟ ପରେ ୟୁଜଭେନ୍ଦ୍ର ଲେଖିଥିଲେ ନ୍ୟୁ ଲାଇଫ ଲୋଡିଂ । ଅବଶ୍ୟ ଧନଶ୍ରୀ ତାଙ୍କ ଆକାଂଉଟସରୁ ୟୁଜଭେନ୍ଦ୍ରଙ୍କ ସହ ଥିବା ଫଟୋ ଉଠାଇ ନାହାନ୍ତି । ସୂଚନାଯୋଗ୍ୟ ଧନଶ୍ରୀ ଜଣେ ଭଲ କୋରିଓଗ୍ରାଫର । ତାଙ୍କଠାରୁ ଚହଲ ଡ୍ୟାନ୍ସ ଶିଖୁଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷରେ ୨୨ ଡିସେମ୍ବର ୨୦୨୦ରେ ଉଭୟ ବିବାହ କରିଥିଲେ । ଏହି ଯୋଡିଙ୍କ ଫଟୋ ଏବଂ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଥିଲେ ।
BREAKING NEWS
- ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ଙ୍କୁ ୩ ଘଣ୍ଟା ଧରି ଅଟକ ରଖାଯାଇଥିବା ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଥିବା ନେଇ ଆପ୍ ପକ୍ଷରୁ ଅଭିଯୋଗ
- ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ୧୭୯ ରନ୍ ପରେ ଟେମ୍ବା ବାଭୁମାଙ୍କ ବଡ଼ ବୟାନ: ସଚିନ୍ ଙ୍କୁ କଲେ ପ୍ରଶଂସା
- ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ; ୨ ମହିଳାଙ୍କ ସମେତ ୪ ଗିରଫ
- ରାଜଧାନୀର ୯ ସ୍ଥାନରେ ରାବଣ ପୋଡ଼ି; ୧୦୦ମି. ଦୂରରେ ଦର୍ଶକ ରହିବେ…
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…

Comments are closed.