Latest Odisha News

BREAKING NEWS

୮ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ, ଓଡ଼ିଶାରେ ମୃତ୍ୟୁସଂଖ୍ୟା ୪୮୨

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୧୨ ମୁଣ୍ଡ । ୮ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୧୮୯ ଜଣଙ୍କର ଜୀବନ ଯାଇଛି । ୨୭ଟି ଜିଲ୍ଲାରେ ରହିଛି ମୃତ୍ୟୁସଂଖ୍ୟା । କେବଳ ୩ଟି ଜଲ୍ଲା ନୂଆପଡ଼ା, ବୌଦ୍ଧ ଓ ଦେବଡ଼ରେ କରୋନା ମୃତ୍ୟୁସଂଖ୍ୟା ଶୂନ୍ୟ ରହିଛି ।

Comments are closed.