Latest Odisha News

BREAKING NEWS

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ କରୁଥିବା ବେଳେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ଚାରି ଜଣଙ୍କର ଜୀବନ ନେଇଛି କରୋନା । ସମସ୍ତ ଚାରି ଜଣ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଓ ସମସ୍ତେ ପୁରୁଷ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଗଞ୍ଜାମ ଜିଲ୍ଲାର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ସେହିପରି ଜଣେ ୫୮ ବର୍ଷୀୟ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ବ୍ୟତୀତ କରୋନାରେ ଜଣେ ୪୮ ଓ ୩୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେମାନଙ୍କର ଡାଏବେଟିସ୍ ଥିଲା ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ପ୍ରାଣଘାତୀ ଭାଇରସ ନେଲାଣି ୩୪ ଜୀବନ । ସେହିପରି ଗତ ୨୪ ଘଣ୍ଟାରେ କରୋନା ପଜିଟିଭ୍ ଥିବା ଓ କ୍ୟାନସରରେ ପୀଡ଼ିତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.