Latest Odisha News

BREAKING NEWS

କମିଶନରେଟ ପୋଲିସର ଜଣେ କନଷ୍ଟେବଳ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ କମିଶନରେଟ ପୋଲିସର ଜଣେ କନଷ୍ଟେବଳ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

ଏହି ଅଧିକାରୀ ଜଣକ କଟକସ୍ଥିତ ମଙ୍ଗଳାବାଗ ଫାଣ୍ଡିରେ ସେବା କରୁଥିବା ଜଣେ କନଷ୍ଟେବଳ ବୋଲି ଜଣାପଡିଛି। ଏଥିସହିତ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ୫୭ ପୋଲିସ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ।

ସେହିପରି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଆଉ ୫ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବର୍ତ୍ତମାନ କଟକ ଜିଲ୍ଲାରେ ୩୨୧ଟି ସକ୍ରିୟ ମାମଲା ରହିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୬୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.