Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି। ବିମୁଦ୍ରିକରଣ ପ୍ରକ୍ରିୟାରେ ତ୍ରୁଟି ମଧ୍ୟ ନ ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଓ ଟିକସ ଠକେଇ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ସରକାରଙ୍କର ଆର୍ଥିକ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ କହିବା ସହ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ।

୨୦୧୬ ନଭେମ୍ବର ୮ ତାରିଖରେ ମୋଦି ସରକାର ଆଣିଥିବା ବିମୁ୍ଦ୍ରିକରଣ ଉପରେ ବିଚାର କରି ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ଶୁଣାଇଛନ୍ତି । ୫ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ ।

୬ ବର୍ଷ ତଳେ ଅ କେନ୍ଦ୍ର ସରକାର  ୫୦୦ ଓ ୧ହଜାର ଟଙ୍କିଆ ନୋଟ୍କୁ ଅଚଳ  ଘୋଷଣା କରିଥିଲେ । ହଠାତ ଏହି ନୋଟ ସବୁ ବନ୍ଦ ହୋଇଯିବାରୁ ଲୋକେ ନାହିଁ ନ ଥିବା ହଇରାଣ ହୋଇଥିଲେ । ବିଭିନ୍ନ ରାଜନୈତିକ ଦଳ ଓ ଅର୍ଥନୀତିଜ୍ଞ ଏହାକୁ ବିରୋଧ କରିଥିଲେ । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକାର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏ ନେଇ ଆଗତ ୫୮ଟି ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Leave A Reply

Your email address will not be published.