Latest Odisha News

BREAKING NEWS

ଡେଙ୍ଗୁ ଆତଙ୍କ: କଳାହାଣ୍ଡିରେ ସ୍ଥିତି ସଙ୍ଗୀନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲଡୁଗାଁ ବ୍ଲକରେ ଡେଙ୍ଗୁ ଏକ ପ୍ରକାର ମହାମାରୀର ରୂପ ନେଉଛି ।

ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାଃ ସରୋଜ କୁମାର ତିହାଡିଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ୪ଶହ ରକ୍ତ ନମୁନାରୁ ୮୨ଟି ଡେଙ୍ଗୁ ରିର୍ପୋଟ ପଜିଟିଭ୍ ବାହାରିଛି । ତା ମଧ୍ୟରୁ ୧୫ଜଣ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଉଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

“ ଏପରିକି ଆମକୁ ସୂଚନା ମିଳିଛି ଏହି ଜିଲ୍ଲାର ଡେଙ୍ଗୁ ରୋଗୀ ପଡୋଶୀ ରାଜ୍ୟରେ ମଧ୍ୟ ଚିକିତ୍ସିତ ହେଉଛନ୍ତି,” ବୋଲି କହିଛନ୍ତି ଡାଃ ତିହାଡି ।

ଏଥିସହିତ ସିଡିଏମ୍ଓ ମଧ୍ୟ ସୂଚନା ଦେଇ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଅଭିଜ୍ଞ ଡାକ୍ତରୀ ଦଳ ସର୍ଭେ ଓ ଚିକିତ୍ସା ନିମନ୍ତେ ଆସି ପହଚିଂଛନ୍ତି ଏବଂ ଡେଙ୍ଗୁକୁ ନେଇ ଜନସାଧାରଣକୁ ମଧ୍ୟ ସଚେତନ କରାଯାଉଛି ।

ଜିଲ୍ଲାର ବିଭିନ୍ନ ଡେଙ୍ଗୁ ପ୍ରଭାବିତ ଅଚଂଳକୁ ରୋଗ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସିଡିଏମ୍ଓ ଡାଃ ସରୋଜ ତିହାଡି ।

Leave A Reply

Your email address will not be published.