Latest Odisha News

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଏକ ଲଘୁଚାପର ସମ୍ଭାବନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶାରେ ପୁଣି ଏକ ଲଘୁଚାପର ଆଶଙ୍କା କରାଯାଉଛି । ଭୁବନେଶ୍ୱରସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ସକାଳେ ଏନେଇ ଏକ ସୂଚନା ଜାରି କରିଛି ।

ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୮ ତାରିଖରେ ଏକ ଲଘୁୁଚାପ ଘନିଭୂତ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରଯାଉଛି ।

ଏହି ଲଘଚାପ ପ୍ରଭାବରେ ଉତ୍ତର ଓ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ଅଗଷ୍ଟ ୧୯ ରାତି ବେଳକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.