Latest Odisha News

BREAKING NEWS

ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା କହିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ । ଜାମିନ ଲାଗି ଆଗତ ହୋଇଥିବା ଆବେଦନକୁ ତାଲିକାଭୁକ୍ତ ନ କରିବା ଦ୍ବାରା ହାଜତରେ ଥିବା ବ୍ୟକ୍ତିଙ୍କ ସ୍ବାଧୀନତାର କ୍ଷୁଣ୍ଣ ହେଉଛି ।

ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ଚୁନ୍ନି ଲାଲ ଗାବାଙ୍କ ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟ ଏହି କହିଛନ୍ତି । ଶିଳ୍ପପତି ଚୁନ୍ନି ଲାଲ ଗାବାଙ୍କ ଜାମିନ ଆବେଦନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ହୋଇଛି । ହେଲେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରୁନାହିଁ । ତୁରନ୍ତ ଜାମିନ ଶୁଣାଣି ଲାଗି ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଚୁନ୍ନି ଲାଲ । ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଭି. ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜାମିନ ଲାଗି ଅଭିଯୁକ୍ତ ବାରମ୍ବାର ଆବେଦନ କଲେ ବି ସେମାନଙ୍କୁ ନ୍ୟାୟ ମିଳେନି । କୋର୍ଟରେ ଜାମିନ୍ ଶୁଣାଣି ନକରିବା ଦ୍ବାରା ତାଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଖଣ୍ଡପୀଠ ଏହି ଅବସରରେ କହିଥିଲେ ଯେ, ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଅନ୍ତରୀଣ ଆଦେଶ ଉପରେ ଆମେ କୌଣସି ହସ୍ତକ୍ଷେପ କରିବୁ ନାହିଁ । କିନ୍ତୁ ଏହି ସବୁ ଘଟଣା ଦେଖିବା ପରେ ଆମେ ଏହି ଆଦେଶ ଦେବାକୁ ବାଧ୍ୟ ହେବୁ ଯେ, ସିଆରପିସିର ଧାରା ୪୩୯ ଅନୁସାରେ, ଜାମିନ ଆବେଦନକୁ ବର୍ଷରୁ ଅଧିକ ସମୟ ବିତିଥିଲେ ବି ଏହାର ଶୁଣାଣି ହେଉନାହିଁ । ଯାହାକି ଜଣେ ଅଭିଯୁକ୍ତର ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.