Latest Odisha News

କରୋନା ସାଜିଲା କାଳ, ଆପଣାର ହେଲେ ପର

ଭଦ୍ରକ: କରୋନା ମହମାରୀ କେବଳ ମୃତ୍ୟୁର ନୂତନ ସଂଜ୍ଞା ଦେଇନାହିଁ । ଆପଣାର ହୋଇଛନ୍ତି ପର, ପର ସାଜିଛନ୍ତି ସତେ ଅବା ଦେବଦୂତ । ଏପରି ଅନେକ ଉଦାହରଣ ନଜରକୁ ଆସିଛି । ଏହି ଧାରାରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଧାମନଗର ବ୍ଲକ ଅନ୍ତର୍ଗତ ବଡତରଣି ଗାଁ ।

ଏହି ଗାଁରେ ଜଣେ ବର୍ଷିୟାନ୍ କଳାକାର ଭାବେ ବାସୁଦେବ ମିଶ୍ର ବେଶ ଜଣାଶୁଣା । ତେବେ କରୋନା ସଂକ୍ରମଣର ବଶବର୍ତ୍ତି ହୋଇ ବାସୁଦେବ ସଙ୍ଗରୋଧରେ ଥିଲେ । ଏପରିକି ତାଙ୍କ ପୁଅ ବି କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ ହସ୍ପିଟାଲରେ ଆରୋଗ୍ୟ ଲାଭ କରି ଘରକୁ ଫେରିଥିଲେ । ସଦ୍ୟ ସ୍ଥିତିରେ ବାସୁଦେବଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବି ଥଣ୍ଡା ଜ୍ୱରରେ ପୀଡିତ ଅଛନ୍ତି ।

ଭାଗ୍ୟର ବିଡମ୍ବନା… ସଂଘର୍ଷ କରି କରୋନା ସଂକ୍ରମଣଠୁ ହାର ମାନିଥିଲେ ବାସୁଦେବ ମିଶ୍ର । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ କଥା ଛାଡନ୍ତୁ ଗାଁ ଲୋକେ ମଧ୍ୟ ପାଖ ମାଡିନଥିଲେ । ଏପରି ସମୟରେ ସମସ୍ତ ବାଧା ବନ୍ଧନକୁ ଆଡେଇ ଆଗେଇ ଆସିଥିଲେ ଧାମନଗର ବ୍ଲକ୍ ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ନଦୀଗାଁ ସରପଂଚ ମନୋଜ ରାୟ ମହାପାତ୍ର । ପିପିଇ କିଟ୍ ପିନ୍ଧି ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଳିତ ଭାବେ କରିଥିଲେ ବାସୁଦେବ ମିଶ୍ରଙ୍କ ଶବଦାହ । ଏହି ଘଟଣା ପର ଆପଣାର ମର୍ମ ଓ କରୋନା ଭୟାବହତାକୁ ସ୍ପଷ୍ଟ ଭାବେ ଯଥାର୍ଥ କରିଛି ।

Leave A Reply

Your email address will not be published.