Latest Odisha News

BREAKING NEWS

ଅନୁଭବଙ୍କ ଅଭିଯୋଗ; ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା

କଟକ: ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ତେବେ ବର୍ଷାଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଏହା ଜଣାପଡିଛି ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀର ପଟିଆଲା କୋର୍ଟରେ ଛାଡପତ୍ର ଆବେଦନ କରିସାରିଛନ୍ତି ଅନୁଭବ। ଅନୁଭବ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ମେ ୨୦୧୯ ଠାରୁ ଏହି ଦମ୍ପତି ଅଲଗା ହୋଇ ରହୁଛନ୍ତି।

ସେ କହିଛନ୍ତି ଯେ ୨୦୧୬ ମସିହାରୁ ତାଙ୍କ ସହ-ତାରକାଙ୍କ ସହ ସମ୍ପର୍କ ଥିବା ଏବଂ ଅସମ୍ଭବ ଦାବି କରି ଆସୁଥିଲେ ଯାହା ତାଙ୍କୁ ମାନସିକ ଚାପ ଦେଉଥିଲା। ସାଂସଦ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସେ ବର୍ଷା ତାଙ୍କର ଦାୟିତ୍ବ ନେବାରେ ଅସଫଳ ହୋଇଛନ୍ତି ।

ଏକ ପତ୍ନୀ ଏବଂ ବୋହୂର କର୍ତ୍ତବ୍ୟ ଠିକ ଭାବେ ସମ୍ପନ୍ନ କରି ପରି ନାହାନ୍ତି ବର୍ଷା। ଅନୁଭବଙ୍କ ସହ ବର୍ଷା ସମ୍ପର୍କ ରଖୁ ନଥିଲେ ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିବା ଅନୁଭବ ନିଜ ପିଟିସନରେ ଦର୍ଶାଇଛନ୍ତି। ବର୍ଷା ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିବା ଅନୁଭବ କହିଛନ୍ତି। ଯାହା ବର୍ଷାଙ୍କ ଅଭିଯୋଗର ସମ୍ପୂର୍ଣ୍ଣ ବିପରୀତ ଅଟେ।

 

Comments are closed.