Latest Odisha News

ଆସନ୍ତାକାଲିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ ଟିକା ବିକଶିତ ହୋଇଛି ।

ଟାଇମ୍ସ ନାଓ ମୁତାବକ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସ ଅନ୍ତର୍ଗତ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟେ୍ରାଲ୍ ଅର୍ଗାନାଇଜେସନ୍ ପକ୍ଷରୁ ଟ୍ରାଏଲ୍ ପାଇଁ ଅନୁମତି ପାଇଛି ଭାରତ ବାୟୋଟେକ୍ ।

ଏହି ଅନୁମତି ଜଏଣ୍ଟ ଡ୍ରଗ୍ସ କଣ୍ଟେ୍ରାଲର ଡ. ଏସ୍ ଇଶ୍ୱର ରେଡ୍ଡୀଙ୍କ ପକ୍ଷରୁ ଲିଖିତ ଭାବେ ଏକ ଚିଠି କମ୍ପାନୀକୁ ପ୍ରଦାନ କରାଯାଇଛି ।

ପାଖାପାଖି ୩୮୦ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ କରାଯିବ । ଏପରିକି ସେମାନଙ୍କୁ ଟିକା ଦିଆଯିବାର ପ୍ରାୟ ୪ ଦିନ ପରେ ସ୍କି୍ରନ୍ିଂ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.