Latest Odisha News

BREAKING NEWS

ରାଜ୍ୟରେ ୨୫ ଯାଏଁ ଘନ କୁହୁଡି ଓ ୨୮ ପର୍ଯ୍ୟନ୍ତ ବର୍ଷା ଆଶଙ୍କା

ଭୁବନେଶ୍ୱର : ବାୟୁ ପ୍ରଦୂଷଣ ହେବା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡି ସୃଷ୍ଟି ହେଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟତଃ ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡକୁ ଓଡ଼ିଶା ପ୍ରତି ପଶ୍ଚିମା ବାୟୁ ପ୍ରବାହ ରହିଛି । ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି ଓ ଏହିସବୁ କାରଣ ଯୋଗୁଁ ଘନ କୁହୁଡି ସୃଷ୍ଟି ହେଉଛି ।

ଅନ୍ୟପକ୍ଷରେ ଏହି ଘନ କୁହୁଡି ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘନ କୁହୁଡି ଯୋଗୁଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କଟକ ଏବଂ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ସେହିପରି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ ଏବଂ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ଜାନୁଆରୀ ୨୪ ଓ ୨୫ ତାରିଖ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମ ଧରଣର ଘନ କୁହୁଡି ପ୍ରଭାବ ରହିବ ।

ଆହୁରି ମଧ୍ୟ ଜାନୁଆରୀ ୨୫ ରାତ୍ରରୁ ୨୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ମଧ୍ୟ ଜାନୁଆରୀ ୨୮ ତାରିଖରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.