Latest Odisha News

BREAKING NEWS

କାଳ ହେଲା କୁହୁଡ଼ି, ୨ ଦିନରେ ଗଲା ୨୪ ଜୀବନ

ଭୁବନେଶ୍ୱର : ସନ୍ଧ୍ୟା ସାତଟା ହେଲେ ମାଡି ଆସୁଛି ଘନ କୁହୁଡି । ସକାଳ ଦଶଟା ଯାଏ ଏଥିରୁ ନିସ୍ତାର ମିଳୁନି । କୁହୁଡିର ମାତ୍ରା ଏତେ ରହୁଛି ଯେ, ମାତ୍ର ଶହେ ମିଟର ମଧ୍ୟରେ ରାସ୍ତା ଦେଖାଯାଉନାହିଁ । ରାଜ୍ୟରେ ଏହି ଘନ କୁହୁଡି ଯୋଗୁ ଦୁଇ ଦିନରେ ୨୪ଜଣଙ୍କ ମୃତ୍ୟୁ ହୋଇଛିା ଅନ୍ୟପକ୍ଷରେ କୁହୁଡିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ତରଫରୁ ନଅଟି ଜିଲ୍ଲାକୁ ସତର୍କ ସୁଚନା ଜାରି କରାଯାଇଛି ।

ରାଜ୍ୟରେ ଅନୁଭୁତ ହେଉଥିବା ଏହି ଘନ କୁହୁଡ଼ି ଯୋଗୁଁ କନ୍ଧମାଳରେ ୧୨ ଜଣ, କେନ୍ଦ୍ରାପଡାରେ ୭ ଜଣ, ଜଗତସିଂହପୁରରେ ୩ ଜଣ ଏବଂ ଖୋର୍ଦ୍ଧାରେ ଜଣେ ବକ୍ତିଙ୍କର ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ଏହି ଘନ କୁହୁଡି ଏବେ କାଳ କୁହୁଡି ସାଜିଥିବା କୁହାଯାଉଛି । ଆଜି କନ୍ଧମାଳ ଜିଲ୍ଲାରେ ଟ୍ରକ ଓଲଟି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରେ ସକାଳେ ଜଣଙ୍କର ମୃତ୍ୟୁ ହୋଇଛି । ଉପକୁଳ ଓଡିଶାରେ ମଧ୍ୟ ବେଶ ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଗତସଂହପୁରରେ ତିନି ଜଣ ଓ ଆଜି ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ଘଟିଛି ।

ଆଜି ଭୋରୁ ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଛକଠାରେ କୁହୁଡି ଯୋଗୁ ଏକ ଦୁର୍ଘଟଣା ଘଟିଛି । ଜାଆଁଳା ଛକ ତାରିଣୀ ମନ୍ଦିର ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ପଛରୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇରଙ୍କର ମୃତ୍ୟୁ ଘଟିଛିା ସେହିପରି ଗତକାଲି କଟକ-ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡା ଚାନ୍ଦୋଳ ନିକଟରେ କୁହୁଡିରେ ଦେଖାନଯିବାରୁ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ କେନ୍ଦ୍ରାପଡା ରାଜନଗର ଗୁପ୍ତି ତାରିଣୀ ଛକରେ ଏକ ଟ୍ରକକୁ ଧକାଦେଇ ଦୁଇ ଜଣଙ୍କର ମୃତୁ ଘଟିଥିବାବେଳେ ରାଜନଗର ହାତିଆଗଡି ଗାଁରେ ଏକ ବାଇକ ଧକାରେ ଜଣଙ୍କର ମୃତ୍ୟୁ ଘଟିଛି । ଗାଁରେ ଛିଡା ହୋଇଥିବା ୭୦ ବୟସ୍କ ଜଣେ ବୃଦ୍ଧାଙ୍କୁ କୁହୁଡି ଯୋଗୁ ନଦେଖି ପାରି କାଇକ ଚାଳକ ଧକ୍କା ଦେଇଥିଲେ ।

ସେହିପରି ଜଗତସଂହପୁରରେ ମଧ୍ୟ କୁହୁଡି ଯୋଗୁ ଗତକାଲି ତିନୋଟି ଜୀବନ ଯାଇଛି । ତିର୍ତୋଲ ରାହାଙ୍ଗାରେ କୁହୁଡି ଯୋଗୁ ରାସ୍ତାରେ ଦେଖା ନଯିବାରୁ ଖାଲରେ ବାଇକ ପଡି ଅରିଫ ମହମଦ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।

ସେହିପରି ପାରାଦୀପଗଡ ଥାନା କାଠଗୋଲା ଠାରେ କୁହୁଡି ଯୋଗୁ ଏକ ବାଇକ ଉପରେ ଟ୍ରକ ଚଢିଯାଇଥିଲା । ଫଳରେ ଦୁଇ ଭାଇ ଅଞ୍ଜନ କୁମାର ଦାସ ଓ ଅତିପନ କୁମାର ଦାସଙ୍କର ମୃତ୍ୟୁ ହୋଇଛିି ।

କୁହୁଡିକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ, ପରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର,ନୟାଗଡ, ବାଲେଶ୍ୱର ଅଦି ନଅଟି ଜିଲ୍ଲାକୁ ସତର୍କ ସୁଚନା ଜାରି କରାଯାଇଛି । କୁହୁଡିରେ ରାସ୍ତା ଦେଖା ନଯାଉଥିଲେ ଗାଡି ନଚଳାଇ ପାର୍କିଂ କରିଦେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.