Latest Odisha News

BREAKING NEWS

ପ୍ରଚୁର ଫସଲ ଅମଳ କରିବେ ବୋଲି ଦେବଗଡ଼ର ଏହି ଚାଷୀଙ୍କ ଦୃଢ ଆଶା; କାହିଁକି ଜାଣନ୍ତୁ…

ଦେବଗଡ: ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ କାଜିମ୍ବା ଗ୍ରାମର ନରେନ୍ଦ୍ର କୁମାର ସାହୁ ନାମକ ଜଣେ ଯୁବକ ଚଳିତ ବର୍ଷ ଭଲ ଫସଲ ଅମଳ କରିବେ ବୋଲି ଦୃଢ ଆଶା କରିଛନ୍ତି।

ଏହି ୩୦ ବର୍ଷୀୟ ବ୍ୟକ୍ତି ଜଣକ ଗତ ୧୪ ବର୍ଷ ଧରି ଚାଷବାସ କରିଆସୁଛନ୍ତି । ଦଶମ ଶ୍ରେଣୀ ପାଠପଢା ସମାପ୍ତ କରିବା ପରେ ସେ ନିଜ ବାପାଙ୍କୁ ଚାଷକାମରେ ସହାୟତା କରିବା ଆରମ୍ଭ କରିଥିଲେ । ଗତ ୩ ବର୍ଷ ତଳେ ତାଙ୍କୁ ବାପା ରୋଗାଗ୍ରସ୍ତ ହେବାରୁ ଚାଷ କାର୍ଯ୍ୟର ସମ୍ପୂର୍ଣ୍ଣ ଭାର ତାଙ୍କ ଉପରେ ପଡିଥିଲା ।

ବର୍ତ୍ତମାନ ସମୟରେ ବାପା, ମାଆ, ସ୍ତ୍ରୀ ଓ ୨ ଝିଅଙ୍କୁ ନେଇ ତାଙ୍କର ସଂସାର ରହିଥିବା ବେଳେ ସେ ନିଜ ଘରର ଏକମାତ୍ର ରୋଜଗାରୀଆ ପୁଅ ।

“ମୋ ପାଖରେ ଦୁଇ ଏକର କ୍ଷେତ ରହିଛି । ଗୋଟିଏ ଏକରରେ ଧାନ ଚାଷ କରୁଥିôବା ବେଳେ ଆଉ ଗୋଟିଏ ଏକର କ୍ଷେତରେ ପନିପରିବା ଚାଷ କରୁଛି” ବୋଲି କୁହନ୍ତି ନରେନ୍ଦ୍ର । ଧାନ ବ୍ୟତିତ ସେ ପୋଟଳ, ଲଙ୍କା, ଟମାଟୋର, ବାଇଗଣ, ଅଦା, କଦଳୀ, ସପୁରୀ ଓ କମଳା ଆଦି ଚାଷ କରୁଛନ୍ତି ।

ମୁଁ କୀଟପତଙ୍ଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ବିଭିନ୍ନ କୀଟନାଶକ ଔଷଧର ବ୍ୟବହାର କରିବା ପାଇଁ ଔଷଧ ଦୋକାନୀଙ୍କ ଉପରେ ନିର୍ଭର କରୁଥିଲି । କିନ୍ତୁ ଏଥିରୁ ନିସ୍ତାର ମିଳିପାରୁନଥିଲା ।

“ଗତ ୪ ମାସ ତଳେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ମିଳିଥିବା ମୁଁ କୃଷି ବ୍ରତ (କୃଷି ସମ୍ବନ୍ଧୀୟ ସୂଚନା) ନାମକ ଏକ ପତ୍ରିକା ପଢିଥିଲେ । ତାକୁ ପଢିବା ପରେ କୀଟ ପତଙ୍ଗକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ, ସେସମ୍ବନ୍ଧରେ କିଛିଟା ତଥ୍ୟ ପାଇଥିଲି । ଏପରିକି ଚାଷବାସ ସମ୍ପର୍କରେ ଅଧିକା ଜାଣିବା ପାଇଁ ମୁଁ ପ୍ରତିଦିନ ତାକୁ ପଢିବାକୁ ଲାଗିଲି” ।

ଏଥିସହିତ ମୁଁ ଚଳିତ ବର୍ଷ ଅଧିକ ଫସଲ ଅମଳ ହେବ ବୋଲି ଆଶା ରଖିଛି । “ଗତବର୍ଷ ମୁଁ ଧାନଚାଷରେ ୧୫,୦୦୦ ଟଙ୍କା ନିବେଶ କରି ପ୍ରାୟ ୩୦ ହଜାର ଟଙ୍କା ପାଇଥିଲି । ଚଳିତ ବର୍ଷ ୧୦,୦୦୦ ଟଙ୍କା ନିବେଶ କରିଥିବା ବେଳେ ପ୍ରାୟ ୪୦ ହଜାର ଟଙ୍କା ପାଇବି” ବୋଲି ଆଶା ରଖିଛି ।

ସେହିପରି ପନିପରିବା ଚାଷରେ ଗତବର୍ଷ ମୁଁ ୨୫,୦୦୦ରୁ ୩୦ ହଜାର ଟଙ୍କା ନିବେଶ କରି ପ୍ରାୟ ୪୫ ହଜାର ଟଙ୍କା ପାଇଥିଲି । କୃଷି ବ୍ରତ ପଡିବା ପରେ ଚଳିତ ବର୍ଷ ୨୨ ହଜାର ଟଙ୍କା ନିବେଶ କରିଥିବା ବେଳେ ଏଯାବତ୍ ପ୍ରାୟ ୬୦ ହଜାର ଟଙ୍କା ପାଇସାରିଛି । ଏହାବାଦ୍ ପରିବା ଚାଷଠାରୁ ଅଧିକ ୩୦ ହଜାର ଟଙ୍କା ମିଳିବ ବୋଲି ମୁଁ ଆଶା ରଖିଛି ।

ନରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, “ଚଳିତ ଥର ମୁଁ ୨ ଏକର ଜମିରେ ସମୁଦାୟ ୩୫ ହଜାର ଟଙ୍କା ନିବେଶ କରିଥିବା ବେଳେ ମୋତେ ପାଖାପାଖି ୧.୩୫ ଲକ୍ଷ ଟଙ୍କାର ଫସଲ ମିଳିବ ବୋଲି ଆଶାବାଦୀ ରହିଛି ।

“ମୁଁ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତି କୃତଜ୍ଞ ରହିବି, ଯିଏ ମୋତେ ଠିକ୍ ସମୟରେ ଠିକ୍ ସୂଚନା ପ୍ରଦାନ କରିଛନ୍ତି” ବୋଲି ନରେନ୍ଦ୍ର ଅତ୍ୟନ୍ତ ଖୁସିର ସହ କହିଛନ୍ତି ।

Leave A Reply

Your email address will not be published.