Latest Odisha News

BREAKING NEWS

‘ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି’: ଟ୍ରାଫିକ୍ ନିୟମ ଉଲଂଘନକାରୀ

କଟକ: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ସେ ବାବଦୀୟ ଜୋରିମାନା ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।

ଆହୁରି ମଧ୍ୟ “ମୁଁ ହେଲମେଟ୍ ପିନ୍ଧିବିନି ମି ଜୋରିମାନା ଦେବିନି, ଯାହା କରିବାର ଅଛି କର” ବୋଲି କହିଛନ୍ତି କଟକର ଜଣେ ମହିଳା । ତାଙ୍କର ଏଭଳି ଦମ୍ଭୋକ୍ତି ଦେଖି ପୋଲିସ ଓ ଗଣମାଧ୍ୟମ ମଧ୍ୟ ଆଚମ୍ବିତ ହୋଇଛନ୍ତି ।

ଗତ ରବିବାର ଦିନ ଜାରି ରହିଥିବା ଟ୍ରାଫିକ୍ ଚେକିଂ ସମୟରେ ଟ୍ରାଫିକ୍ ପୋଲିସ ନିୟମ ଉଲଂଘନ କରିଥିବା ଜଣେ ମହିଳାଙ୍କୁ ଅଟକାଇଥିଲେ । ଏହି ସମୟରେ ସେ ନିୟମ ଉଲଂଘନ କରିଥିବାରୁ କ୍ଷମା ମାଗିବା ପ୍ରତିବଦଳରେ ମହିଳା ଜଣକ ସେମାନଙ୍କ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏପରିକି ମୁଁ ନିଜ ରିକ୍ସରେ ଗାଡି ଚଳାଉଛି ଏବଂ ଏହାସହିତ ପୋଲିସ କୌଣସି ନେଣଦେଣ ନାହିଁ ବୋଲି ଜବାବ ମଧ୍ୟ ଦେଇଥିଲେ ।

ଆହୁରି ମଧ୍ୟ ନିୟମ ଭାଙ୍ଗିଥିବାରୁ ପୋଲିସ ତାଙ୍କୁ ତଣ୍ଡ ଗଣିବାକୁ କହିବାରୁ ମହିଳା ଜଣକ ଉତ୍ତରରେ କହିଛନ୍ତି, “ଗାଡି ଚଳାଇବା ବେଳେ ହେଲମେଟ୍ ନପିନ୍ଧି ଯଦି ମୁଁ ମରିଯାଉଛି, କିମ୍ବା ମୋ ପରିବାର ସଦସ୍ୟଙ୍କର କିଛି କ୍ଷତି ହେଉଛି, ସେଥିରେ ପୋଲିସର କିଛି ଯାଏ ଆସେ ନାହିଁ” ।
ତେବେ ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଟ୍ରାଫିକ୍ ଥାନା ନେବା ସହିତ ସେଠାରୁ ଜୋରିମାନା ଆଦାୟ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.