Latest Odisha News

BREAKING NEWS

ଦେବଗଡ ବିଧାୟକଙ୍କ ଗିରଫଦାରୀ, କିଏ କେଉଁ ନଜରରେ ଦେଖୁଛି ?

ଭୁବନେଶ୍ୱର: ଦେବଗଡର ବିଜେପି ବିଧାୟକ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ । ଏହା ପୂର୍ବରୁ ଆଜି ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ଏହି ସମୟରେ ଦୋକାନ ବଜାର ସମେତ ଯାତାୟାତ ଠପ୍ ରହିଥିଲା। ଶାସକ ଦଳ ବିଜେଡି ଆକ୍ରୋଶ ରଖି ଏପରି କରୁଛି ବୋଲି ବିଜେପି କହିଛି ।

ରାଜନୈତିକ ପ୍ରତିକ୍ରିୟା

ତେବେ ଅସୁସ୍ଥ ହୋଇପଡିବାରୁ ବିଧାୟକ ସୁବାସ ପାଣିଗ୍ରାହୀ ଏବେ ଦେବଗଡର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେ କହିଛନ୍ତି, ବିଧାନସଭାରେ ସେ ଚାଷୀ ପ୍ରସଙ୍ଗ ଭଠାଇଥିଲେ। ଆଉ ଆତ୍ମହୁତି ଉଦ୍ୟମ କରିଥିଲେ । ଯେଉଁଥିପାଇଁ ବିଧାନସଭା ସପ୍ତାହେ କାଳ ଚାଲିପାରିନଥିଲା। ତେଣୁ ଆକ୍ରୋଶ ରଖି ବିଜେଡି ଏପରି କରୁଛି।

ସେପଟେ ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ଜିଲ୍ଲା କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ଜିଲ୍ଲାର କଂଗ୍ରେସ ନେତା କହିଛନ୍ତି, ଆମେ ରାଜ୍ୟପାଳଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଉଛୁ ବିଧାୟକଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ସେ ପଦରେ ଥାଇ ଜଣେ ବିଡିଓଙ୍କ ସହ ଏପରି ବ୍ୟବହାର କରିପାରିବେନି।

ଅନ୍ୟପଟେ ବିଡିଓଙ୍କ ବିରୋଧରେ ଏଫଆଇଆର ଦେଇଥିଲେ ବିଧାୟକ । ସେ ଅଭିଯୋଗ କରିଛନ୍ତି ବିଡିଓଙ୍କ ସହ କଥା ହେବାକୁ ସେ ଫୋନ୍ କରିଥିଲେ। ସେ ଆଳ ଦେଖାଇ ଏଠି ସେଠି କରି ଭିନ୍ନ ଭିନ୍ନ ସ୍ଥାନକୁ ଡକାଇଥିଲେ। ଜଣେ ନିର୍ବାଚିତ ପ୍ରତିନିଧି ହୋଇ କଣ ବିଡିଓଙ୍କୁ ଦେଖାକରିପାରୁବୁନି । ନା ବିଡିଓ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ କିପରି ବ୍ୟବହାର ଦେଖାଯାଏ ଜାଣିନାହାନ୍ତି । ଅନ୍ୟପଟେ ବିଡିଓ ମଧ୍ୟ ବିଧାୟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେଣୁ ପୁଲିସ ପ୍ରଥମ ଯେଉଁ ମାମଲା ଦିଆଯାଇଥିଲା ସେଥିରେ କାହିଁକି ତଦନ୍ତ କରୁନି । ନା ବିଡିଓଙ୍କୁ ଖସାଇବାକୁ ଉଦ୍ୟମ କରୁଛି କି ବୋଲି ବିଜେପି କହିଛି।

ଅନ୍ୟପଟେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ବିଜେପି ଯେଉଁ ଅଭିଯୋଗ ଆଣୁଛି ତାହା ରାଜନୀତିକ ସ୍ୱାର୍ଥକୁ ଦେଖି ହୋଇଛି। ଏଥିରେ କୌଣସି ଆଧାର ନାହିଁ । ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି । ହେଲେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ବିଧାୟକଙ୍କ କଲର ଧରିଥିବା ଘଟଣା ବାବଦରେ ବିଧାୟକ ନିରବ ରହି ପ୍ରଶ୍ନକୁ ଏଡାଇ ଦେଇଥିଲେ।

ଶାସନ ସଚିବଙ୍କୁ ଭେଟିଲା ଓଏଏସ ସଂଘ

ସେହିପରି ଓଏଏସ ସଂଘ ଆଜି ଏ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ବିଡିଓଙ୍କୁ ମାଡ ଘଟଣାରେ କେବଳ ବିଧାୟକ ନୁହନ୍ତି ଅନେକ ଲୋକ ସାମିଲ ରହିଛନ୍ତି । ତେଣୁ ତାଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବା ସହିତ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଶାସନ ସଚିବଙ୍କୁ ଭେଟି କହିଛନ୍ତି।

ରାଜଧାନୀରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଦେବଗଡ଼ ବିଧାୟକ ସୁଭାଷ ପାଣିଗ୍ରାହୀ ଗିରଫ ଘଟଣାକୁ ବିରୋଧ କରି ଆଜି ଭୁବନେଶ୍ୱର ଜିଲା ବିଜେପି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାଡ଼ ମାରିବା ଘଟଣାରେ ବିନା ତଦନ୍ତରେ କିପରି ବିଧାୟକଙ୍କୁ ଗିରଫ କରାଗଲା ସେ ନେଇ ବିଜେପି ପ୍ରଶ୍ନ କରିଛି । ସେହିପରି ରାଜ୍ୟରେ ଦୁଇ ପ୍ରକାର ନୀତି ଚାଲୁଥିବା ବିରୋଧୀ ଅଭିଯୋଗ କରିଛି।

Comments are closed.