Latest Odisha News

BREAKING NEWS

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର !

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର । ବ୍ରିଟିଶ ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଦିନ ପାଇଁ ଗୁଇନ୍ଦା ବା ଗୁପ୍ତଚର ଏଜେନ୍ସି କେଜିବିର ପୂର୍ବତନ ମୁଖ୍ୟଙ୍କୁ ଦେଶର କ୍ଷମତା ହସ୍ତାନ୍ତର କରିବେ ବୋଲି ସୂଚନା ରହିଛି। ଖବର ମୁତାବକ, ଭ୍ଲାଦିମିର ପୁଟିନଙ୍କର କର୍କଟ ରୋଗ ହୋଇଛି ଏବଂ ତାଙ୍କୁ ତୁରନ୍ତ ଅସ୍ତ୍ରପୋଚାର କରିବାକୁ ପଡ଼ିବ, ଯେଉଁଥିପାଇଁ ସେ ସାମୟିକ କ୍ଷମତା ହସ୍ତାନର ପାଇଁ ନିଷ୍ପତ୍ତି ନେଇଛନ୍ତି।

ବ୍ରିଟିଶ ମିଡିଆର ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ପୁଟିନଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଛନ୍ତି। ଅସ୍ତ୍ରୋପଚାରର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ କେବଳ ଆଲୋଚନା ଚାଲିଛି। ତୁରନ୍ତ ଅସ୍ତ୍ରୋପଚାରର କୌଣସି ଆବଶ୍ୟକତା ନାହିଁ କିନ୍ତୁ ଏହାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।

କୁହାଯାଉଛି ଯେ ଏହି ଅସ୍ତ୍ରୋପଚାର ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହେବାର ଥିଲା, ଯାହାକି ଆଗକୁ ଘୁଞ୍ଚାଇ ଦିଆଯାଇଥିଲା। ଏହି ସମୟରେ, କୁହାଯାଉଛି ଯେ ପୁଟିନ ରୁଷର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏବଂ ୟୁକ୍ରେନ ସହ ଯୁଦ୍ଧର ସମ୍ପୂର୍ଣ୍ଣ ଦାୟିତ୍ୱକୁ ସୁରକ୍ଷା ପରିଷଦର ମୁଖ୍ୟ ତଥା ପୂର୍ବତନ କେଜିବି ତଥା ଗୁପ୍ତଚର ଅଧିକାରୀ ନିକୋଲାଇ ପେଟ୍ରୁଶେଭଙ୍କୁ ଦେଇପାରନ୍ତି। 70 ବର୍ଷ ବୟସ୍କ ଏହି ଗୁପ୍ତଚର ଅଧିକାରୀ ନିକୋଲାଇଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ରଣନୀତିର ମାଷ୍ଟରମାଇଣ୍ଡ ଭାବରେ ବିବେଚନା କରାଯାଏ।

ଉଲ୍ଲେଖନୀୟ ବିଷୟ ହେଉଛି, ପୁଟିନଙ୍କ ଅସ୍ତ୍ରୋପଚାର ଖବର ଏକ ସମୟରେ ଆସିଛି ଯେତେବେଳେ ଋଷ ୟୁକ୍ରେନ ବିରୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିବାର ସମ୍ଭାବନା ରହିଛି। ପୁଟିନ ବହୁ ସଂଖ୍ୟକ ରୁଷ ସୈନ୍ୟଙ୍କୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଋଷ ଏପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ଡାକରା ଦେଇ ନାହିଁ।

ସେହିପରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯିଏ ନିକଟରେ ନିଜ କର୍ମଚାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇପାରନ୍ତି ଭାବି ଶହ ଶହ କର୍ମଚାରୀଙ୍କୁ ହଟାଇ ଦେଇଥିଲେ ଏବଂ ୟୁକ୍ରେନ ସହ ଯୁଦ୍ଧ ପରେ ନିଜ ଜୀବନ ପ୍ରତି ଅନ୍ୟ ରାଷ୍ଚ୍ରର ବିପଦ ଥିବା ଚିନ୍ତା କରି ଅନେକ ସୁରକ୍ଷାକର୍ମୀ ନିୟୋଜିତ କରିଛନ୍ତି ସେ ଏବେ କର୍କଟ ରୋଗର ଶିକାର ହୋଇଛନ୍ତି।

Leave A Reply

Your email address will not be published.