Latest Odisha News

BREAKING NEWS

କାହା ବୟକଟ ଓ ନାଲି ଆଖି ପୁରୀରେ କାମ ଦେବନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି। ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି ପ୍ରଭାବିତ ହେବ ନାହିଁ।

ପୁରୀ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ କି କାହା ବୟ କଟ୍‌, ନାଲି ଆଖି ପୁରୀରେ କାମ ଦେବନି। ବାର ବାର ଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରିବା ମମତା ବାନାର୍ଜୀଙ୍କ ପ୍ରତି ଶୋଭନୀୟ ଆଚରଣ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ସୂଚନା ଯୋଗ୍ୟ, ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି।

Comments are closed.