Latest Odisha News

ସିଏମ କିଷାନ ଓ ସୁଭଦ୍ରା ଯୋଜନା ବିଷୟରେ ଏପରି କହିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଆଜି ନୂଆଁଖାଇ ଅବସରରେ ଓଡିଶାର ଚାଷୀ ମାନଙ୍କୁ ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନାର ଲୋକାର୍ପଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସରେ ଯୋଡି ହୋଇଥିଲେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ସିଏମ୍ କିଷାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ପୁରୀ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ଉପସ୍ଥିତ ରହି ଚାଷୀ ମାନଙ୍କ ପାଖରେ କିଭଳି ଯୋଜନାର ଅର୍ଥ ରାଶି ପହଞ୍ଚିବ ସେନେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଖୋଦ୍ ଉପମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏକ ଲକ୍ଷ ୪୭ ହଜାର ଜଣଙ୍କୁ ୨ ହଜାର ଟଙ୍କା ହିସାବରେ ୨୯ କୋଟି ୪ ଲକ୍ଷ ୬ ହଜାର ଟଙ୍କା ପ୍ରଦାନ କରାଯିବ । ସେହିଭଳି ଭୂମିହୀନ ଚାଷୀଙ୍କୁ ୩୦୦୦ ଟଙ୍କା ହିସାବରେ ୫୯ ହଜାର ୪୩ ଚାଷୀ ମୋଟ ୧୭ କୋଟି ୭୪ ଲକ୍ଷ ୨୯ ହଜାର ଟଙ୍କା ପ୍ରଦାନ କରାଯିବ ।

ସମୁଦାୟ ୨ ଲକ୍ଷ ୬ ହଜାର ୧୪୬ ଜଣ ଚାଷୀ ମୋଟ ୪୭ କୋଟି ୧୪ ଲକ୍ଷ ୩୫ ହଜାର ଟଙ୍କା ପାଇବେ । ସିଏମ୍ କିସାନର ଟଙ୍କା ଦୁଇଟି କିସ୍ତି ଯଥା ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଚାଷୀ ମାନଙ୍କୁ ପ୍ରଦାନ କରାଯିବ । ପିଏମ୍ କିଷାନ ଯୋଜନାରେ ଏକଲକ୍ଷ ୪୭ ହଜାର ୪୦୬ ଜଣ ଚାଷୀଙ୍କୁ ୬୦୦୦ ଟଙ୍କା ହିସାବରେ ବର୍ଷକୁ ୩ଟି କିସ୍ତିରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ବେଳେ ସିଏମ୍ ଓ ପିଏମ୍ କିଷାନ ମିଶି ବର୍ଷକୁ ୧୦ ହଜାର ଟଙ୍କା ଓଡିଶାର ଚାଷୀ ପାଇବେ ବୋଲି ସେ କହିଛନ୍ତି ।

ସେପଟେ ସୁଭଦ୍ରା ଯୋଜନାକୁ ନେଇ ଲାଗିରହିଥିବା ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ଓଟିପି, ସର୍ଭର ଜନିତ ସମସ୍ୟାର ଖୁବଶୀଘ୍ର ସମଧାନ ହେବ । ଆଜି ରାତ୍ରୀ ପରଠାରୁ ସର୍ଭର ଜନିତ ସମସ୍ୟା ସମାଧାନ ପରେ ଲୋକଙ୍କୁ ଆବେଦନରେ କୈଣସି ଅସୁବିଧା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏତଦ ବ୍ୟତିତ ଜିଲ୍ଲାରେ ହିତାଧିକାରୀଙ୍କୁ ସର୍ବମୋଟ ୭ଲକ୍ଷ ୪୦ହଜାର ସୁଭଦ୍ରା ଆବେଦନ ଫର୍ମ ଦିଆଯାଇଛି । ଏଥିମଧ୍ୟରୁ ୨୪ ହଜାର ୨୭୩ଟି ଫର୍ମ ହିତାଧିକାରୀ ଅଟନ୍ତି ।

 

Comments are closed.